ଓଡ଼ିଆ ନ୍ୟୁଜ୍: ନୂଆଖାଇ ପରଦିନ ଉଚ୍ଚ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କଲେ ରାଜ୍ୟ ସରକାର। ଆସନ୍ତା ୨୯ ତାରିଖରେ ରାଜ୍ୟର ସବୁ କଲେଜ, ବିଶ୍ବବିଦ୍ୟାଳୟ ବନ୍ଦ ରହିବ। ସମସ୍ତ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ମଧ୍ୟ ଛୁଟି ଘୋଷଣା ହୋଇଛି।ନୂଆଁଖାଇ ଉପଲକ୍ଷେ ଆଗାମୀ ୨୯ ତାରିଖକୁ ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିଛନ୍ତି। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ମ୍ୟାଜିଷ୍ଟେରିଆଲ୍ କୋର୍ଟ କୋର୍ଟଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି। ତେବେ ଆସନ୍ତା ମାସର ଦ୍ବିତୀୟ ଶନିବାର ( ସେପ୍ଟେମ୍ବର ୧୩ ତାରିଖ)ର ଛୁଟି ବାତିଲ୍ କରାଯାଇଛି। ଏହି ଦିନକୁ କାର୍ଯ୍ୟ ଦିବସ ରୂପେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଅଗଷ୍ଟ ୨୯ ତାରିଖ ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ବନ୍ଦ ରହିବ।
କୃଷି ଭିତ୍ତିକ ଗଣପର୍ବ ନୂଆ ଖାଇ ଅବସରରେ ପ୍ରତିବର୍ଷ ଛୁଟି ଘୋଷଣା କରାଯାଇଥାଏ। ଚଳିତ ବର୍ଷ ଅଗଷ୍ଟ ୨୯ ତାରିଖକୁ ଛୁଟି ଘୋଷଣା କରାଯାଇଛି। ତେବେ ନୂଆଖାଇ ପରଦିନ ମଧ୍ୟ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସେ ଦିନ ଆତ୍ମୀୟ ସ୍ୱଜନମାନେ ପରସ୍ପର ସହ ସାକ୍ଷାତ କରି ‘ନୂଆଖାଇ ଜୁହାର’ କରନ୍ତି ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି। ପାରିବାରିକ, ସାମାଜିକ ଓ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ କରିବା ଦିଗରେ ଏହା ଏକ ମହତ୍ୱପୂର୍ଣ୍ଣ ଦିନ ଅଟେ।