ଖୋଲୁଛି ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାର କଳାକାହାଣୀ। ବିଡ଼ା ବିଡ଼ା ଟଙ୍କା ଓ କେଜି କେଜି ସୁନା ପରେ ସେକ୍ସ ଟଏ । ଗିରଫ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ମିଳିଛି ଅନେକ ସେକ୍ସ ଟଏ। ଇଡିର ଚଢାଉ ସମୟରେ ଏସବୁ ସାମଗ୍ରୀ ମିଳିଥିବା ଚର୍ଚ୍ଚା ହେଉଛି । ପୂରା ମାମଲା ଏବେ ଭିନ୍ନ ମୋଡ଼ ନେଇଛି। ସେକ୍ସ ଟଏକୁ ନେଇ ଉଠିଛି ଅନେକ ପ୍ରଶ୍ନ। ଏସବୁ ସେକ୍ସ ଟଏ ଅର୍ପିତାଙ୍କ ଘରକୁ କିଏ ଆଣିଥିଲା? ଅର୍ପିତାଙ୍କୁ କିଏ ଦେଇଥିଲା ନା ସେ ଅନଲାଇନରେ ଅର୍ଡର କରିଥିଲେ? କିଏ କରୁଥିଲା ଏହାର ବ୍ୟବହାର? ଏସବୁ କିଣିବା ପଛର କାରଣ କଣ?
ସେକ୍ସ ଟଏ ଘଟଣାରେ ବଙ୍ଗୀୟ ଅଭିନେତ୍ରୀ ଶ୍ରୀଲେଖା ମିତ୍ରା ସୋସିଆଲ ମିଡ଼ିଆରେ କଟାକ୍ଷ କରି ଲେଖିଛନ୍ତି । ପାର୍ଥ ଓ ଅର୍ପିତାଙ୍କୁ ଟାର୍ଗେଟ କରିଛନ୍ତି । ଦେଶ ଏବିଷୟରେ ଜାଣିବାକୁ ଚାହୁଁଛି ବୋଲି ଶ୍ରୀଲେଖା କହିଛନ୍ତି। ଟ୍ଵିଟରରେ ମଧ୍ୟ ପାର୍ଥ ଓ ଅର୍ପିତାଙ୍କ ସଂପର୍କକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି। ସେକ୍ସ ଟଏ ଜବତ ଓ ଏହାକୁ ସାର୍ବଜନୀନ କରି ଇଡି ପରିପକ୍ୱତା ଦେଖାଇଥିବା ଅନେକ କହିଛନ୍ତି। ଏନେଇ ମଧ୍ୟ ଇଡି ସେମାନଙ୍କୁ ପ୍ରଶ୍ନ କରୁ ବୋଲି ଲେଖିଛନ୍ତି। ସେହିପରି ଶିକ୍ଷକ ଦୁର୍ନୀତି ମାମଲାରେ ଅର୍ପିତାଙ୍କ ବେଲଘରିଆ ସ୍ଥିତ ଘରେ ଚଢଉ ବେଳେ ପାଖାପାଖି ୨୯ କୋଟି ନଗଦ ଟଙ୍କା ସହ ସେକ୍ସ ଟଏ ଜବତ କରିଛି ଇଡି।
ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ସଂପୃକ୍ତି ନେଇ ପାର୍ଥ ଚାଟାର୍ଜୀ ଓ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ହେପାଜତରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବିଭିନ୍ନ ସ୍ଥାନରେ ଚଢଉ ବେଳେ ମିଳିଛି କୋଟି କୋଟି ଟଙ୍କା। କୋଲକାତାର ଚିନ୍ନାର ପାର୍କ ସ୍ଥିତ ଘରୁ ୨୧କୋଟି ଓ ବେଲଘରିଆ ସ୍ଥିତ ଘରୁ ପ୍ରାୟ ୨୯ କୋଟି ନଗଦ ଟଙ୍କା ଜବତ କରିଥିଲା। ଏହା ସହ ପ୍ରାୟ ୫କିଲୋ ସୁନା ଅଳଙ୍କାର ଓ ବିଦେଶୀ ମୁଦ୍ରା ସହ ଦାମୀ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଏଯାଏ ଅର୍ପିତାଙ୍କ ଅନ୍ୟ ଘରେ ମଧ୍ୟ ଚଢଉ ଜାରି ରହିଛି। ଦୁର୍ନୀତିରେ ପାର୍ଥ ଓ ଅର୍ପିତାଙ୍କ ସହଯୋଗୀତାର ନୂଆ ପେଡ଼ି ଖୋଲି ଚାଲିଛି। ସେପଟେ ଦୁର୍ନୀତି ଅଭିଯୋଗରେ ସଂପୃକ୍ତି ନେଇ ପାର୍ଥ ଚାଟୀର୍ଜୀଙ୍କୁ ମନ୍ତ୍ରୀ ପଦରୁ ବିଦା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।.