ଓଡ଼ିଆ ନ୍ୟୁଜ୍: ପୁଣି ସୋସିଆଲ୍ ମିଡିଆରେ ବର୍ଷିଲେ ନାରୀନେତ୍ରୀ ଶ୍ରୀମୟୀ ମିଶ୍ର।ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ଶ୍ରୀମୟୀ।କହ୍ନେଇ, ସନ୍ନ୍ୟାସୀ କହି ପରୋକ୍ଷରେ ତାଚ୍ଛଲ୍ୟ କଲେ।‘କର୍ମୀ ଅନାଇ ବସିଛନ୍ତି, ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ’। ଦଳ ପାଇଁ ସନ୍ନ୍ୟାସୀ ଶୁଭଙ୍କର ନୁହେଁ, ଭାରି ଭୟଙ୍କର’। ଜୟ ଢୋଲକିଆ ବିଜେପିରେ ସାମିଲ୍ ହେବା ଚର୍ଚ୍ଚା ମଧ୍ୟରେ ଶ୍ରୀମୟୀଙ୍କ ପୋଷ୍ଟ।
ନୂଆପଡ଼ା ଉପନିର୍ବାଚନରେ ଜୟ ଢୋଲକିଆ କୁଆଡ଼େ ବିଜେଡି ନୁହେଁ , ବରଂ କ୍ଷମତାସୀନ ବିଜେପି ପକ୍ଷରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଆହୁରି ମଧ୍ୟ କୁହାଯାଉଛି ଯେ ଜୟ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କୁ ବି ଭେଟିସାରିଲେଣି। ଆଜି ସେ ରାଜ୍ୟ କାର୍ଯ୍ୟାଳୟକୁ ଆସି ପଦ୍ମ ଧରିପାରନ୍ତି ବୋଲି କୁହାଯାଉଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୀତି ବେଶ ସରଗରମ ହୋଇଛି। ଏହି ପ୍ରସଙ୍ଗକୁ ନେଇ ଭିନ୍ନ ଢଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମୟୀ ମିଶ୍ର। ସେ ପୁଣି ଥରେ ଭଣ୍ଡସନ୍ନ୍ୟାସୀଙ୍କୁ କଟାକ୍ଷ କରିବା ସହ ଦଳର ନେତା ଓ କର୍ମୀମାନଙ୍କୁ ପରୋକ୍ଷ ଭାବେ ଚେତାବନୀ ଦେଇଛନ୍ତି।