SI ପରୀକ୍ଷା ଜାଲିଆତି ୧୧୭ ଗିରଫ

0

ଓଡ଼ିଆ ନ୍ୟୁଜ୍: ପୋଲିସ SI ପରୀକ୍ଷା ଜାଲିଆତିରେ ବଡ଼ କାର୍ଯ୍ୟାନୁଷ୍ଠାନ।୧୧୪ ପରୀକ୍ଷାର୍ଥୀଙ୍କ ସହ ୩ ଦଲାଲଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ। ଆନ୍ଧ୍ର ସୀମା ନିକଟରୁ ୧୧୭ ଜଣଙ୍କୁ ଧରିଥିଲା ବ୍ରହ୍ମପୁର ପୋଲିସ। ୩ଟି ଏସି ସ୍ଲିପର ବସ୍‌ରେ ଯାଉଥିବା ବେଳେ ଧରାପଡ଼ିଥିଲେ।ତଦନ୍ତରୁ ଜଣାପଡ଼ିଥିଲା ୧୧୪ ଜଣ SI ପରୀକ୍ଷା ଆଶାୟୀ।ଏମାନେ ବରମୁଣ୍ଡା ନିକଟରୁ ୩ଟି ବସ୍‌ରେ ଯାତ୍ରା କରିଥିଲେ।ଏମାନଙ୍କୁ ବିଜୟନଗରମର ଏକ ଅଜ୍ଞାତ ସ୍ଥାନକୁ ନେଉଥିଲେ ୩ ଦଲାଲ।

ବିଜୟନଗରମରେ ଏମାନେ ପ୍ରଶ୍ନପତ୍ର ନେଇ ଫେରିବା ଯୋଜନା ଥିଲା।ଭୁବନେଶ୍ବର ଫେରି ପୋଲିସ SI ପରୀକ୍ଷା ଦେଇଥାଆନ୍ତେ।ଭୁବନେଶ୍ବର ଫେରି ପୋଲିସ SI ପରୀକ୍ଷା ଦେଇଥାଆନ୍ତେ।ପ୍ରତି ଆଶାୟୀ ୧୦ ଲକ୍ଷ ଦେଇଥିଲେ, ଚାକିରି ପରେ ୧୫ ଲକ୍ଷ ଦେଇଥାଆନ୍ତେ।ତଦନ୍ତରୁ ଜଣାପଡ଼ିଛି ଆହୁରି ଅନେକ ଦଲାଲ ଜାଲିଆତିରେ ସଂପୃକ୍ତ।ଗୋଳନ୍ଥରା ଥାନାରେ ମାମଲା ରୁଜୁ ସହ ୧୧୭ ଜଣ ଗିରଫ।

Leave A Reply

Your email address will not be published.