ପରୀକ୍ଷା ବାତିଲ୍ କରିବାକୁ ହଜାରେ କୋଟିର ଡିଲ୍ ହୋଇଥିଲା: ଶଙ୍କର ପୃଷ୍ଟି

0

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ୱରରେ ପହଞ୍ଚିବା ପରେ ଗିରଫ ଶଙ୍କର ପୃଷ୍ଟିଙ୍କ ପ୍ରତିକ୍ରିୟା। ମୁଁ ଲୁଚିନଥିଲି, ଆଇନଗତ ଭାବେ ଲଢ଼ୁଥିଲି: ଶଙ୍କର। ହାଇକୋର୍ଟରେ ଫାଇଲ୍ କରାଯାଇଥିଲା, ସୁପ୍ରିମକୋର୍ଟରେ ଫାଇଲ୍ କରିଥିଲି’। ହାଇକୋର୍ଟଙ୍କୁ ଆଗୁଆ ଜାମିନ ମାଗିଥିଲି: ଶଙ୍କର ପୃଷ୍ଟି। ସମୟ ଦେଇଥିଲେ, ଗୋଟିଏ ମାସ ପରେ ଆସି ହାଜର ହୋଇଥାନ୍ତି। ପତ୍ନୀ ଦୀପ୍ତିମୟୀ ସାହୁଙ୍କ ନାଁରେ କୌଣସି କେସ୍ ନାହିଁ।

ଶଙ୍କରଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ଜଣାପଡିଛି। ଶଙ୍କରକୁ ଜେରା କରିବା ପରେ ଏହି ମହାଦୁର୍ନୀତିର ଗୁମର ଖୋଲିବ ବୋଲି ତଦନ୍ତକାରୀ ସଂସ୍ଥା ଆଶା ବାନ୍ଧିଛି। ଘଟଣା ପଦାକୁ ଆସିବା ପରଠୁ ଶଙ୍କର ଫେରାର ଥିଲା। ତାକୁ ଧରିବା ଲାଗି କ୍ରାଇମବ୍ରାଞ୍ଚର ତିନିଟି ଦଳ ରାଜ୍ୟ ବାହାରେ ଡେରା ପକାଇଥିଲେ। ଶେଷରେ ତଦନ୍ତକାରୀ ଦଳ ଅଭିଯୁକ୍ତ ଶଙ୍କରକୁ ଧରିଥିଲେ।

Leave A Reply

Your email address will not be published.