ଖୋଲିଲା ଶିଖରଚଣ୍ଡୀ ପୀଠ

0

ଓଡ଼ିଆ ନ୍ୟୁଜ୍: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ଆଉଟ୍ ପରେ ଖୋଲିଲା ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ ଭୋଜି ପାଇଁ ପର୍ଯ୍ୟଟକଙ୍କୁ ମିଳିଲା ଅନୁମତି।ଭରତପୁର ରିଜର୍ଭ ଜଙ୍ଗଲକୁ ଫେରିଗଲେ ଦୁଇ ଦନ୍ତା । ଲୋକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡୀ । ଗତକାଲି ରାତିରେ ବନ କର୍ମଚାରୀଙ୍କ ଉଦ୍ୟମରେ ହାତୀ ଦୁଇଟିଙ୍କୁ ଘଉଡ଼ାଇବାରେ ସଫଳ ହୋଇଛନ୍ତି ।

୬ ଦିନ ହେବ ଶିଖରଚଣ୍ଡୀ ପାହାଡ଼ ଉପରେ ଆଡ୍ଡା ଜମାଇଥିଲେ ଦୁଇ ଟସ୍କର ବା ବଡ଼ ଦନ୍ତାହାତୀ । ହାତୀ ଦୁଇଟି ପୁଣି ଭରତପୁର ରିଜର୍ଭ ଜଙ୍ଗଲ ମଧ୍ୟକୁ ଫେରିଯାଇଛନ୍ତି । ଦନ୍ତାହାତୀଙ୍କୁ ନେଇ ଭୟଭୀତ ହୋଇପଡ଼ିଥିଲେ ଅଞ୍ଚଳବାସୀ । ଗତ ଶନିବାର ଠାରୁ ପାହାଡ଼ ଉପରକୁ ପ୍ରବେଶ ଉପରେ ଅଙ୍କୁଶ ଲଗାଯାଇଥିଲା । ହାତୀ ଦୁଇଟି ଫେରିଗଲା ପରେ ଆଜି ପୁଣି ଫାଟକ ଖୋଲାଗଲା । ହାତୀ ଘଉଡାଇବାରେ ପାଖାପାଖି ୨୭ ଜଣ ବନ କର୍ମଚାରୀ ଟିମରେ ନିୟୋଜିତ ଥିଲେ ।

Leave A Reply

Your email address will not be published.