୧୪ ଅଗଷ୍ଟ ପର୍ଯ୍ୟନ୍ତ ପୂର୍ବତଟ ରେଳପଥର କିଛି ଟ୍ରେନ୍ ବାତିଲ ହେବ, ବିଭାଗ ପକ୍ଷରୁ ସୂଚନା

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ପରିସୀମା ମଧ୍ୟରେ ନାଗପୁର ରେଳମଣ୍ଡଳରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି 6 ରୁ 14 ଅଗଷ୍ଟ, 2022 ମଧ୍ୟରେ ନିମ୍ନଲିଖିତ ଅନୁଯାୟୀ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଉତ୍ପନ୍ନ ଏବଂ ଯାତ୍ରା ସମାପ୍ତ କରୁଥିବା କିଛି ଟ୍ରେନ୍ ବାତିଲ୍ ହେବ। 20813/20814 ପୁରୀ-ଯୋଧପୁର-ପୁରୀ ଏକ୍ସପ୍ରେସ ପୁରୀରୁ 10 ଅଗଷ୍ଟ ଏବଂ ଯୋଧପୁରରୁ 13 ଅଗଷ୍ଟ 2022 ରେ ବାତିଲ ରହିବ।20823/20824 ପୁରୀ-ଅଜମେର-ପୁରୀ ଏକ୍ସପ୍ରେସ 8 ରୁ 11 ଅଗଷ୍ଟ ଦିନ ପୁରୀରୁ ଏବଂ 11 ଏବଂ 16 ଅଗଷ୍ଟ 2022 ଦିନ ଅଜମେରରୁ ବାତିଲ ରହିବ। 22973/22974 ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ 10 ଅଗଷ୍ଟ ଦିନ ଗାନ୍ଧୀଧାମ ରୁ ଏବଂ 13 ଅଗଷ୍ଟ 2022 ରେ ପୁରୀରୁ ବାତିଲ ରହିବ। 12145/12146 ମୁମ୍ବାଇ ଏଲଟିଟି-ପୁରୀ-ଏଲଟିଟି ଏକ୍ସପ୍ରେସ 7 ଅଗଷ୍ଟ ଦିନ ଏଲଟିଟିରୁ ଏବଂ 9 ଅଗଷ୍ଟ 2022 ରେ ପୁରୀରୁ ବାତିଲ ରହିବ |

ଏହା ବ୍ୟତୀତ ଦକ୍ଷିଣ ପୂର୍ବ ରେଳ ପରିସୀମା ମଧ୍ୟରେ ଆଦ୍ରI ରେଳ ମଣ୍ଡଳରେ ଆଧୁନିକୀକରଣ କାର୍ଯ୍ୟ ହେତୁ ନିମ୍ନଲିଖିତ ଅନୁଯାୟୀ କିଛି ଟ୍ରେନ୍ ପ୍ରଭାବିତ ହେବ। 12801 ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ 10 ଅଗଷ୍ଟ 2022 ରେ ପୁରୀରୁ ଛାଡୁଥିବା ଟ୍ରେନ ପୁରୁଲିଆ-ବୋକାରୋ ଷ୍ଟିଲ ସିଟି-ରାଜାବେରା-ଗୋମୋ ବଦଳରେ ପୁରୁଲିଆ-ଆଦ୍ର-ଭୋଜୁଡି-ଖାନୋଡିହ-ଗୋମୋହ ଦେଇ ପରିବର୍ତିତ ମାର୍ଗରେ ଯାତ୍ରା କରିବ |

Leave A Reply

Your email address will not be published.