ବାଣିଜ୍ୟକର ଓ ଜିଏସଟି ବିଭାଗ ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ବ୍ୟାସନଗର ସହରର ଚୋରଦା ଛକଠାରେ ଥିବା ପିୟୁଷ ପାଣିଙ୍କ ଘରେ ଆଜି ସକାଳୁ କଟକ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି। ସେ ବାଣିଜ୍ୟକର ଓ ଜିଏସଟି ବିଭାଗ, କଟକ କର୍ପୋରେଟ-୨ର ଅତିରିକ୍ତ କମିଶନର ଥିଲେ । ବ୍ୟାସନଗର, କଟକ, ଭୁବନେଶ୍ୱରର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଥିବା ସୂଚନା ମିଳିଛି।

ଏହି ଚଢାଉରେ ଜଣେ ଡିଏସପି, ୩ ଜଣ ଇନ୍ସପେକ୍ଟର ଓ ଅନ୍ୟ ଦୁଇଜଣ କର୍ମଚାରୀ ସାମିଲ ହୋଇଛନ୍ତି। କଟକ ଭିଜିଲାନ୍ସ ଡିଏସପି ସୋମନାଥ ବାରିକଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ୍ ବିଭିନ୍ନ କାଗଜପତ୍ର, ଜମି ଓ ସମ୍ପତ୍ତିବାଡିର ତଥ୍ୟ ଆଦିର ଯାଞ୍ଚ କରୁଛି। ତଦନ୍ତ ଜାରି ରହିଥିବାରୁ ପ୍ରତିକ୍ରିୟା ଦେବାକୁ ବିଭାଗୀୟ ଅଧିକାରୀ ମନା କରିଛନ୍ତି।

Leave A Reply

Your email address will not be published.