ଭାରତୀୟ ପ୍ରଶଂସକଙ୍କୁ ନିରାଶ କଲା ଟିମ୍‌ ଇଣ୍ଡିଆ, ୪ ଓ୍ଵିକେଟ୍‌ରେ ଜିତିଲା ସାଉଥ ଆଫ୍ରିକା

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ପୁଣି ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଛି ଟିମ୍‌ ଇଣ୍ଡିଆ । ବାରବାଟୀ ଷ୍ଟାଡିୟମରେ ଭାରତକୁ ଦକ୍ଷିଣ ଆଫ୍ରିକା ୪ ୱିକେଟ୍‌ରେ ପରାସ୍ତ କରିଛି। ଚଳିତ ଟି-୨୦ ଶୃଙ୍ଖଳାର ୨ୟ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୧୪୯ ରନ୍‌ର ବିଜୟ ଲକ୍ଷ୍ୟକୁ ୫ଟି ୱିକେଟ ହରାଇ  ୧୮.୨ ଓଭରରେ ପୂରା କରିଛି। ଦକ୍ଷିଣ ଆଫ୍ରିକାର ବିଜୟରେ ହେନ୍‌ରିଚ୍‌ କାଲସେନ ହିରୋ ସାଜିଥିଲେ। ସେ ୪୬ଟି ବଲ୍‌ ସାମ୍ନା କିର ୭ଟି ଚୌକା ଓ ୫ଟି ଛକା ବଳରେ ୮୧ ରନ୍‌ ସଂଗ୍ରହ କରିଥିଲେ। ଏଥି ସହିତ ଦକ୍ଷିଣ ଆଫ୍ରିକା ଚଳିତ ଟି-୨୦ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ରହିଛି।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ଵିତୀୟ ମୁକାବିଲା ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯଇଥିଲା। ଟସ୍ ଜିତି ଦକ୍ଷିଣ ଆଫ୍ରିକାର ଫିଲ୍ଡିଂ ନିଷ୍ପତ୍ତି ନେଇ ଥିଲା। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରିଥିଲା । ଭାରତ ପ୍ରଥମେ ବ୍ଯାଟିଂ କରି ୧୪୮ ରନ କରିଥିଲା। ଦକ୍ଷିଣ ଆଫ୍ରିକାକୁ ଏହି ମ୍ଯାଚକୁ ଜିତିବାକୁ ହେଲେ ୧୪୯ ରନର ଆବଶ୍ଯକତା ରହିଥିଲା। ୧୭ ଓଭରରେ ଦକ୍ଷିଣ ଆଫ୍ରିକା ସହଜରେ ମ୍ଯାଚକୁ ଜିତି ନେଇଥିଲା। ୬ ୱିକେଟ ହରାଇ ୧୮.୨ ଓଭରରେ ମ୍ଯାଚକୁ ଦକ୍ଷିଣ ଆଫ୍ରିକା ଜିତି ନେଇଥିଲା।

ଦକ୍ଷିଣ ଆଫ୍ରିକା  ପକ୍ଷରୁ ତେମ୍ବା ବାଭୁମା ଓ ରିଜା ହେଣ୍ଡରିସ୍କ ଓପନିଂ କରିଥିଲେ। ରିଜା ହେଣ୍ଡରିସ୍କ  ୩ ବଲରେ ୪ ରନ କରି ଆଉଟ ହୋଇଥିଲେ।  ପରେ ଡ୍ୱେନ ପ୍ରିଟୋରିୟସ ୫ ବଲରେ ୪ ରନ କରି ଆଉଟ ହୋଇଥିଲେ। ଫର୍ମରେ ଥିବା ରାସି ଭାନ ଡର ଡସେନ ୭ ବଲରେ ୧ ରନ କରି ଆଉଟ ହୋଇଥିଲେ। ଅଧିନାୟକ ତେମ୍ବା ବାଭୁମା ୩୦ ବଲରେ ୩୫ ରନ କରି ଆଉଟ ହୋଇଥିଲେ।  ହେନରିକ କ୍ଲାସେନ ଓ ଡେଭିଡ୍ ମିଲର ଶେଷ ପର୍ଯ୍ଯନ୍ତ ପାରିକୁ ସମ୍ଭାଳିଥିଲେ। ହେନରିକ କ୍ଲାସେନ ୪୬ ବଲରେ ୮୧ ରନ କରି ଆଉଟ ହୋଇଥିଲେ। ଡେଭିଡ୍ ମିଲର ୧୫ ବଲରେ ୧୮ ରନ କରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ଭୁବନେଶ୍ବର କୁମାର ଘାତକ ବୋଲିଂ ୪ଟି ୱିକେଟ ନେଇଥିଲେ। ହେଲେ ଅନ୍ଯ କୌଣସି ବୋଲରଙ୍କୁ ସେଭଳି  ସଫଳତା ମଳି ନ ଥିଲା।  ୟୁଜବେନ୍ଦ୍ର ଚହଲ, ହର୍ଷଲ ପଟେଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଥିଲେ।

Leave A Reply

Your email address will not be published.