କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

0

ଦୁଇ ଦିନ ବିଳମ୍ୱରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କରେଳ ଛୁଇଁଛି। ଆଇଏମଡି ଏହି ସୂଚନା ଦେଇଛି। ଏହାର ପ୍ରଭାବରେ କେରଳରେ ବର୍ଷା ଆରମ୍ଭ ହୋଇଛି। ଏହାର ୧୦-୧୨ ଦିନ ପରେ ଓଡ଼ିଶାରେ ଏହି ମୌସୁମୀ ବାୟୁ ପହଞ୍ଚିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ଏବେ କେରଳରେ କ୍ରମାଗତ ଦୁଇ ଦିନ ପାଇଁ ଲଗାତାର ୨.୫ ମିଲିମିଟର କିମ୍ବା ଅଧିକ ବର୍ଷା ହେବ ବୋଲି କୁହାଯାଉଛି। ତେବେ ଚଳିତ ବର୍ଷ ୪୦ ପ୍ରତିଶତ ଆଶା ମୌସୁମୀ ସ୍ୱାଭାବିକ ହେବ ଏବଂ ୨୧ ପ୍ରତିଶତ ସମ୍ଭାବନା ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ଜୁନ୍ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି।

Leave A Reply

Your email address will not be published.