ଋଷିୟ ନାଗରିକ ଗାଗାଲେଭ ଆଣ୍ଡ୍ରିଉ GRPରେ ଅଟକ ଘଟଣା: ୨ ଘଣ୍ଟା ପଚରା ଉଚୁରା ପରେ ଫେରି ଯାଇଛନ୍ତି ସ୍ପେଶାଲ ବ୍ରାଞ୍ଚ SP
ଓଡିଆ ନ୍ୟୁଜ୍(ବ୍ୟୁରୋ): ଋଷିୟ ନାଗରିକ ଗାଗାଲେଭ ଆଣ୍ଡ୍ରିଉ GRP ରେ ଅଟକ ଘଟଣା। ସ୍ପେଶାଲ ବ୍ରାଞ୍ଚ SP ଜ୍ଞାନ ରଞ୍ଜନ ମହାନ୍ତି ଋଷିୟ ନାଗରିକଙ୍କ ଠାରୁ ତାଙ୍କପାଖରେ ଥିବା ଡକୁମେଣ୍ଟ ଯାଞ୍ଚ କରିବା ସହ ତାଙ୍କୁ ପଚରା ଉଚୁରା କରିଛନ୍ତି। ୨ ଘଣ୍ଟା ପଚରା ଉଚୁରା ପରେ ସେ ଫେରି ଯାଇଛନ୍ତି। ଏବେ ଗାଗାଲେଭଙ୍କ ସମ୍ପର୍କରେ କୋଲକତା ସ୍ଥିତ ଋଷିୟ କନ ସହ ଯୋଗାଯୋଗ କରାଯାଉଛି। ସେ ୨୦୧୬ରୁ 6ମାସିଆ ଟୁରିଷ୍ଟ ଭିଶାରେ ଆସିଥିଲେ. ଭିଶା ଅବଧି ସାରି 6ବର୍ଷ ରୁ ଅଧିକ ସମୟ ବିତି ଗଲାଣି।
ହେଲେ ସେ କିପରି ବିନା ଭିସାରେ ଅଛନ୍ତି ତାହା ଆଶ୍ଚର୍ଯ୍ୟ କଥା. ସେହି ପରି ସରଣାର୍ଥୀ ପାଇଁ ଜାତି ସଙ୍ଘ କୁ ୨୦୧୭ରେ ଆବେଦନ କରିଛନ୍ତି। ହେଲେ କୌଣସି ଉତ୍ତର ଆସିନି। ସେ ବୃନ୍ଦାବନ ରେ ଆଶ୍ରମ ରେ ରହୁଥିବା ପୋଲିସ କୁ କହିଛନ୍ତି। ୨ ମାସ ହେଲା ପୁରୀ ର ଏକ ସେଲଟର ହୋମ ରେ ରହୁଥିବା ଜଣା ପଡିଛି। ତେବେ ସେ ଏତେ ଦିନ କିପରି ରହିଲେ ତାହା ପ୍ରଶ୍ନ ବାଚୀ ସୃଷ୍ଟି କରୁଛି। କଣ ତାଙ୍କୁ ଋଷିୟା ପଠାଯିବ? ସେ ଭୁବନେଶ୍ୱର ଷ୍ଟେସନରେ ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ପ୍ଲାକାର୍ଡ ଧରି ପ୍ରତିବାଦ କରି ଲୋକଲୋଚନକୁ ଆସିଥିଲେ।ପୁରୀରେ ୨ ମାସ ହେଲା ରହୁଛନ୍ତି। ପାଭେଲ ଅନ୍ତୋଭ ଓ ତାଙ୍କ ବନ୍ଧୁଙ୍କ ମୃତ୍ୟୁ ପରେ ଗାଗାଲେଭ ଙ୍କ ଆବିର୍ଭାବ ସଂଯୋଗ ନା ପଛରେ କିଛି ରହସ୍ୟ ରହିଛି?