ପୁରୀ ନୀଳାଚଳ ହାଟଠାରେ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୨: ଗ୍ରାହକଙ୍କ ପାଇଁ ୧୦% ରିହାତି

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ସରକାରଙ୍କ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିତ ବାର୍ଷିକ ତାଲିକା ହିସାବରେ ଏ ବର୍ଷ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୨ ପୁରୀସ୍ଥିତ ନୀଳାଚଳ ହାଟଠାରେ ଆୟୋଜନ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କରେ ଜଡ଼ିତ ଥିବା ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି କରି ତାଙ୍କୁ ନିୟମିତ କାମ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ‘ପୋହି ୨୦୨୨-୨୩’ (POHI-୨୦୨୨-୨୩) ଯୋଜନାରେ ଏହା ଅନୁଷ୍ଠିତ ହୋଇଛି । ଏହି ମେଳାରେ ରାଜ୍ୟର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୩୦୦ ମହିଳା ବୁଣାକାର ଓ ସମ୍ବଲପୁରୀ ବସ୍ତ୍ରାଳୟ ଅଧୀନରେ କାମ କରୁଥିବା ୪୦୦ ଜଣ ମହିଳା ବୁଣାକାର ତାଙ୍କର ଉତ୍ପାଦିତ ଲୁଗା ବିକି୍ର କରିବାର ସୁବିଧା ପାଇବା ସଙ୍ଗେ ସଙ୍ଗେ ରୋଜଗାର ପାଇପାରିବେ ।

ଏହା ସେମାନଙ୍କୁ ନିଜର କଳା ଓ କୌଶଳକୁ ଗ୍ରାହକମାନଙ୍କ ଆଗରେ ଉତ୍‌ଥାପନ କରିବା ସଙ୍ଗେ ସଙ୍ଗେ ସେମାନଙ୍କଠାରୁ ଡିଜାଇନର ଉନ୍ନତିକରଣ ଓ ରଙ୍ଗ ସଜ୍ଜା ଉପରେ ମତାମତ ପାଇପାରିବେ । ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ଼, କଟକ, ସୋନପୁର, ଆଠଗଡ଼, ଢେଙ୍କାନାଳ, ବାରିପଦା, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ବଲାଙ୍ଗୀର ଓ ବୌଦ୍ଧ ବୟନମଣ୍ଡଳମାନଙ୍କରୁ ୨୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କର ଉତ୍ପାଦିତ ଲୁଗାର ପ୍ରଦର୍ଶନୀ ଓ ବିକ୍ରୟ କରିବା ପାଇଁ ଯୋଗଦାନ କରିଛନ୍ତି ତଥା ୧୧ଟି ହସ୍ତଶିଳ୍ପ କାରିଗର ଯୋଗଦାନ କରିଛନ୍ତି ।

ଏଥି ସକାଶେ ସେମାନଙ୍କୁ ୩୩ଟି ଦେୟମୁକ୍ତ ଷ୍ଟଲ ପ୍ରଦାନ କରାଯାଇଛି । ଏହି ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ଏହି ନୀଳାଚଳ ହାଟରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗଙ୍କ ପ୍ରଚେଷ୍ଟାରେ ୨୦୨୨ ଜୁନ୍‌ ୧୦ରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ହସ୍ତତନ୍ତ ବୁଣାକାର/ସଂସ୍ଥା ଓ ହସ୍ତଶିଳ୍ପ କାରିଗର ଭାଗ ନେଇ  ଯଥାକ୍ରମେ ୯୮.୪୮ ଲକ୍ଷ ଟଙ୍କା ଓ ୧୪.୯୬ ଲକ୍ଷ ଟଙ୍କା, ଏହିପରି ମୋଟ ୧୦୩.୪୪ ଲକ୍ଷ ଟଙ୍କାର କାରବାର କରିପାରିଛନ୍ତି, ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ ଅଟେ ।

 

ଉକ୍ତ ଅବଧି ମଧ୍ୟରେ ଏକାମ୍ର ହାଟ ମଧ୍ୟକୁ ୧.୧୪ ଲକ୍ଷ ଲୋକ ଆଗମନ କରିଛନ୍ତି । ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ମେଳାରେ ଗ୍ରାହକମାନେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଉତ୍ପାଦିତ ହସ୍ତତନ୍ତ ଲୁଗା ସୁଲଭ ମୂଲ୍ୟରେ ୧୦% ସରକାରୀ ରିହାତିରେ କିଣିପାରିବେ । ଏହାର ସୁଯୋଗ ନେବା ପାଇଁ ସମିତି ତରଫରୁ ଗ୍ରାହକମାନଙ୍କୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.