ସୁଭଦ୍ରାର ତୃତୀୟ କିସ୍ତିରୁ ବଡ଼ ପଡିଛନ୍ତି 4 ଲକ୍ଷ ମହିଳା

0

ଓଡ଼ିଆ ନ୍ୟୁଜ୍: ବିଧାନସଭାରେ ଉଠିଲା ସୁଭଦ୍ରା ଯୋଜନା ପ୍ରସଙ୍ଗ।୩ ଲକ୍ଷ ୯୯ ହଜାର ୩୫୨ ଜଣ ମହିଳା ସୁଭଦ୍ରା ତୃତୀୟ କିସ୍ତିରୁ ବାଦ ପଡିଛନ୍ତି। ସେହିଭଳି ଦ୍ଵିତୀୟ କିସ୍ତିରୁ ବାଦ ପଡିଛନ୍ତି ୧ ଲକ୍ଷ ୮୩ ହଜାର ୭୮୫ ଜଣ। ସୁଭଦ୍ରା ପ୍ରଥମ କିସ୍ତିରେ ୧ କୋଟି ୨ ଲକ୍ଷ ୮୦ ହଜାର ୯୨ ଜଣ ମହିଳା ଉପକୃତ ହୋଇଥିଲେ।

ଦ୍ବିତୀୟ କିସ୍ତିରେ ୧ କୋଟି ୯୬ ହଜାର ୩୦୭ ଜଣ ମହିଳାଙ୍କୁ ଟଙ୍କା ପ୍ରଦାନ କରାଯାଇଥିଲା। ମାତ୍ର ତୃତୀୟ କିସ୍ତି ପାଇଛନ୍ତି ୯୬ ଲକ୍ଷ ୯୬ ହଜାର ୯୫୫ ଜଣ। ମୋଟ୍‌ ୧ କୋଟି ୯ ଲକ୍ଷ ୮୭ ହଜାର ୮୯୪ ଜଣ ସୁଭଦ୍ରା ଟଙ୍କା ପାଇବାକୁ ଆବେଦନ କରିଥିଲେ।ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାରେ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ମିଳୁଥିବା ଟଙ୍କା ପ୍ରସଂଗରେ ନିଜର ଉତ୍ତର ରଖିଛନ୍ତି।

Leave A Reply

Your email address will not be published.