ଓଡ଼ିଆ ନ୍ୟୁଜ୍: ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ହତ୍ୟାକାଣ୍ଡ ଘଟଣା।ରେଡ୍ ଫ୍ଲାଗ ଶ୍ରେଶୀଭୁକ୍ତ ହେଲା ମାମଲା।ମାମଲା ସମ୍ବେଦନଶୀଳ ଥିବାରୁ ରେଡ୍ ଫ୍ଲାଗ ଶ୍ରେଶୀଭୁକ୍ତ।ଏହି ମାମଲା ଉଚ୍ଚସ୍ତର ଅଧିକାରୀ ତଦନ୍ତ କରିବେ।ଠିକ୍ ସମୟରେ ଚାର୍ଜସିଟ୍ ଦାଖଲ ଉପରେ ଗୁରୁତ୍ବ।କ୍ୟାପିଟାଲ ଥାନା ପୁଲିସ, ଖୁଣ୍ଟୁଣି ଥାନା ପୁଲିସ ଠାରୁ ମିଳିଥିବା ତଥ୍ୟ ପ୍ରମାଣର ହେବ ଖୋଳତାଡ଼। କ୍ରାଇମବ୍ରାଞ୍ଚ ସୂତ୍ରରୁ ଏହି ସୂଚନା ମିଳିଛି। ୬ ତାରିଖରେ କନଷ୍ଟେବଳ ଶୁଭମିତ୍ରାଙ୍କ ମିସିଂ, ୧୭ ତାରିଖରେ କେନ୍ଦୁଝରରେ ଗଳିତ ମୃତଦେହ ମିଳିବା ଘଟଣା ଓ ଦୀପକଙ୍କ ପ୍ରଥମ ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ହେବ। ସିଏଡବ୍ଲ୍ୟୁ ଆଣ୍ଡସିଡବ୍ଲ୍ୟୁ କେସକୁ ମନିଟର କରିବ।