ଯୁବଛାତ୍ରଙ୍କୁ ନେଇ ସୁଦାମ-ସାନନ୍ଦଙ୍କ ଶକ୍ତି ପ୍ରଦର୍ଶନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯୁବଛାତ୍ର ଙ୍କୁ ନେଇ ସୁଦାମ-ସାନନ୍ଦ ଙ୍କ ଶକ୍ତି ପ୍ରଦର୍ଶନ। ଡବଲ ଶଙ୍ଖ ରେ ଭୋଟ ପାଇଁ ଆହ୍ବାନ ଦେଲେ | ଖରା ତାତି ରେ ହନ୍ତସନ୍ତ ହୋଇ ନେତାଏ ସଂଧ୍ୟା ରେ କରୁଛନ୍ତି ସଭା ସମିତି। ବାରିପଦା ନିର୍ବାଚନ ମଣ୍ଡଳୀ ରେ ଖରା ଓ ଗରମ କାରଣରୁ ଦିନବେଳେ ନିର୍ବାଚନୀ ପ୍ରଚାର ଧିମେଇ ଯିବାର ଦେଖ ଯାଉଛି। ହେଲେ ସଂଧ୍ୟା ରେ ଚାଲିଛି ଜୋରଦାର ପ୍ରଚାର ଓ ନିର୍ବାଚନୀ ସଭା।

ରବିବାର ସଂଧ୍ୟା ରେ ବାରିପଦା ବିଜେଡି ପାର୍ଟି କାର୍ଯ୍ୟାଳୟ ବିଜୁ ଭବନ ପରିସର ରେ ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଓ ବିଧାୟକ ପ୍ରାର୍ଥୀ ସାନନ୍ଦ ମାରାଣ୍ଡି ବିଜୁ ଯୁବ ଛାତ୍ର ମାନଙ୍କୁ ଏକାଠି କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବାରିପଦା ମ୍ୟୁନିସିପାଲଟି ର ସମସ୍ତ କାଉନସିଲର ସହିତ ପ୍ରାୟ 500 ରୁ ଅଧିକ ଯୁବ ଓ ଛାତ୍ର କର୍ମୀ ଙ୍କୁ ଡବଲ ଶଙ୍ଖ ରେ ଭୋଟ ଦେବାଲାଗି ଜନସାଧାରଣ ଙ୍କୁ ଅନୁରୋଧ କରିବା ଲାଗି କହିଛନ୍ତି ପ୍ରାର୍ଥ ମାନେ।

ନିଜ ବକ୍ତବ୍ୟରେ ବିଜେପି କୁ ଟାର୍ଗେଟ କରି “ବାହାର ର ନେତାମାନେ ଆସିବେ ଓ ମିଠା କଥା କହି ଚାଲିଯିବେ ହେଲେ ଅସୁବିଧା ବେଳେ କେବଳ ଆମ ମୂଖ୍ୟମନ୍ତ୍ରୀ ଙ୍କ ସହିତ ସାନନ୍ଦ ଓ ସୁଦାମ ହିଁ ଲୋକଙ୍କ ପାଖରେ ଛିଡ଼ା ହେବେ” ବୋଲି କହିଛନ୍ତି ସୁଦାମ। ସଭା ଶେଷରେ ଅନ୍ୟ ଦଳ ର ଅନେକ କର୍ମୀ ସାନନ୍ଦ ଓ ସୁଦାମ ଙ୍କ ଉପସ୍ଥିତି ରେ ବିଜେଡି ରେ ଯୋଗଦାନ କରିଛନ୍ତି। ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ଲାଗି ମୁଖ୍ୟମନ୍ତ୍ରୀ କରିବାକୁ ହେଲେ ସମସ୍ତଙ୍କୁ ଡବଲ ଶଙ୍ଖ ରେ ଭୋଟ ଦେଇ ଜିତାଇବାକୁ ପଡିବ ବୋଲି କର୍ମୀ ତଥା ଜନସାଧାରଣ ଙ୍କୁ ଆହ୍ବାନ ଦେଇଛନ୍ତି ସୁଦାମ ଓ ସାନନ୍ଦ ମାରାଣ୍ଡି |

Comments are closed.