ଦିନରେ ସୂର୍ଯ୍ୟ ରାତିରେ ତାରା ,ବାରଣ୍ଡାରେ ପାଠ ପଢା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ସରକାର ବିଦ୍ୟାଳୟ ପାଇଁ ଯୋଜନା ପରେ ଯୋଜନା କରିଚାଲିଥିବା ବେଳେ କୋମଳମତି ଶିଶୁ ମାନେ ମୌଳିକ ସୁବିଧା ରୁ ବଞ୍ଚିତ ନହୋଇ ଏକ ସୁସ୍ଥ ବାର୍ତ୍ତା ବରଣ ଏବଂ ନିରାପଦ ଶ୍ରେଣୀ ଗୃହ ରେ ବସି ପାଠ ପଢିବା ପାଇଁ ସରକାର ଙ୍କର ଅନେକ ଯୋଜନା ରହିଛି | ପିଲା ମାନେ ପାଠ ପଢିବା ପାଇଁ ସ୍ମାଟ ଶ୍ରେଣୀଗୃହ କରାଯାଉଛି | ସରକାର ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି | ହେଲେ ବାସ୍ତବ କ୍ଷେତ୍ରରେ ଏହାର ସମାଧାନ ହୋଇ ପାରୁନଥିବାରୁ ଗୁଣାତ୍ମକ ଶିକ୍ଷା ହ୍ରାସ ପାଉଛି |

ତେବେ ସୂଚନା ରୁ ଜଣା ଜଣାପଡିଛି ନରସିଂହପୁର ବ୍ଲକ ଅନ୍ତର୍ଗତ କମଳାଡିହ ପଞ୍ଚାୟତ ର ବାଲିପୁଟ ପ୍ରାଥମିକ ବିଦ୍ୟାଳୟ ଟି ବୋହୂ ସମସ୍ୟା ଘେରରେ ଚାଲିଛି | ଶ୍ରେଣୀ ଗୃହ ଭାଙ୍ଗିରୁଜି ଯିବା ସହ ଦିନରେ ସୂର୍ଯ୍ୟ ,ରାତିରେ ଚନ୍ଦ୍ର ଦେଖାଯିବା ସହ ବିପଦ ସଙ୍କୁଳ ଅବସ୍ଥାରେ ଏହି ଶ୍ରେଣୀ ଗୃହ | ଯାହା ଫଳରେ ଛାତ୍ର,ଛାତ୍ରୀ ମାନେ ଶ୍ରେଣୀ ଗୃହ ବଦଳରେ ବାରଣ୍ଡାରେ ବସି ପାଠ ପଢୁଛନ୍ତି | ୧୯୮୬ ମସିହାରେ ଏହି ବିଦ୍ୟାଳୟ ଟି ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୪ ଜଣ ଛାତ୍ର,ଛାତ୍ରୀ ଅଧ୍ୟୟନ କରନ୍ତି |ଏହି ପିଲାଙ୍କୁ ମାତ୍ର ଜଣେ ଶିକ୍ଷକ ପଢାଉଛନ୍ତି | ଶ୍ରେଣୀ ଗୃହରେ ମଧ୍ୟାହ୍ନ ଭୋଜନ ସାମଗ୍ରୀ ରଖାଯାଉଛି |ଗୋଟିଏ କକ୍ଷରେ ଚାରୋଟି ଶ୍ରେଣୀ ର ପିଲା ପାଠ ପଢୁଥିବା ବେଳେ ଆଉ ଗୋଟିଏ ଶ୍ରେଣୀ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି |

ଅପର ପକ୍ଷରେ ସେହି ସ୍କୁଲ ରେ ସକାଳୁ ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ର ଖୋଲୁଅଛି | ଏତେ ପିଲାଙ୍କ ପାଇଁ ପାନୀୟଜଳ ର ସୁବିଧା ନଥିବା ବେଳେ ଭଲ ଶୌଚାଳୟ ଟିଏ ମଧ୍ୟ ଦେଖିବା ପାଇଁ ସାତ ସପନ |ତୁରନ୍ତ ଭିତ୍ତି ଭୂମି ର ବିକାଶ ସହିତ ଆବଶ୍ୟକୀୟ ଶିକ୍ଷକ ଯୋଗାଇଦେବା ପାଇଁ ଛାତ୍ର,ଛାତ୍ରୀ ଏବଂ ଅଭିଭାବକ ମାନେ ଦାବି କରିଛନ୍ତି |

Leave A Reply

Your email address will not be published.