ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନରେ ନୂଆ ଅଙ୍କ ପ୍ରଚଳନ ହୋଇଛି। ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି ୧୪୩୨ ସାଲ ୬୮ ଅଙ୍କର ପ୍ରବେଶ। ଏହି ଅବସରରେ ଗଜପତିଙ୍କ ଶ୍ରୀନହରରେ ଆଜି ସନ୍ଧ୍ୟାରେ ପାଳିତ ହୋଇଛି ସୁନିଆଁ ଉତ୍ସବ। ଆଜିଠାରୁ ଗଜପତି ମହାରାଜାଙ୍କର ୬୮ ଅଙ୍କ ଆରମ୍ଭ ହୋଇଛି। ଏହି ଅବସରରେ ପାରମ୍ପରିକ ରାଜଗୁରୁମାନେ ଗଜପତି ମହାରାଜଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି।
ସିଂହାସନରେ ବିଜେ ପରେ ରାଜ ପରିବାର ଓ ପାରିଷଦ ବର୍ଗ ଗଜପତି ମହାରାଜାଙ୍କ ମଙ୍ଗଳ କାମନା କରିବା ସହ ସୁନିଆଁ ଭେଟି ପ୍ରଦାନ କରିଛନ୍ତି। ଏହି ଉପଲକ୍ଷେ ଆଜି ଶ୍ରୀନଅର ଉତ୍ସବମୁଖର ହୋଇଛି। ସୁନିଆଁ ଅବସରରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା।ମା’ କନକ ଦୁର୍ଗାଙ୍କ ସହ ଶ୍ୟାମାକାଳୀ, ରାଧାକୃଷ୍ଣ, ଶ୍ରୀନୃସିଂହ ଆଦି ଦେବଦେବୀଙ୍କଠାରେ ଗଜପତି ମହାରାଜାଙ୍କ ବିଶେଷ ପୂଜାବିଧି ଅନୁଷ୍ଠିତ ହୋଇଥିଲା। ଗଜପତି ମହାରାଜା ଦେବଦେବୀଙ୍କୁ ପୁଷ୍ପାଞ୍ଜଳି ଓ ମଙ୍ଗଳାର୍ପଣ ପୂର୍ବକ ବିଶ୍ବର ମଙ୍ଗଳ କାମନା କରିଥିଲେ।
ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନଅରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହୋଇଥିଲା। ଗଜପତିଙ୍କ ଉପସ୍ଥିତିରେ ଶ୍ରୀନଅରରେ ଅଙ୍କ କଟା ନୀତି ସମ୍ପନ୍ନ ହୋଇଥିଲା। ଗଜପତିଙ୍କ ଉପସ୍ଥିତିରେ ଶ୍ରୀନହରରେ ଅଙ୍କ କଟା ନିତୀ ସମ୍ପାଦନ ହୋଇଥିଲା। ଏହି ଅବସରରେ ଶ୍ରୀନହର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯାଇଥିଲା। ସେପଟେ ଉପସ୍ଥିତ ଶ୍ରୋତ୍ରୀୟ ବ୍ରାହ୍ମଣ ମାନେ ସୁନିଆ ପର୍ବ ଉପଲକ୍ଷେ ଗଜପତି ମହାରାଜାଙ୍କୁ ଭେଟି ପ୍ରଦାନ କରି ଆର୍ଶୀବାଦ ଦେଇଥିବା ବେଳେ ମଠ ମହନ୍ତଙ୍କ ପକ୍ଷରୁ ରୁଦ୍ରାକ୍ଷ ବୃକ୍ଷର ଏକ ଚାରା ମଧ୍ୟ ପ୍ରଦାନ କରାଯାଇଥିଲା।
Comments are closed.