ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା(NEET) ରେଜଲ୍ଟ ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଆଜି ବଡ ରାୟ ପ୍ରକାଶ କରିଛନ୍ତି । ପୁଣି ଥରେ ହେବ NEET UG ପରୀକ୍ଷା। ରଦ୍ଦ ହେବ ଛାତ୍ରଛାତ୍ରୀଙ୍କ ଗ୍ରେସ୍ ମାର୍କ। ଗ୍ରେସ୍ ମାର୍କ ମିଳିଥିବା ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ ପଡିବ। ଏଥିପାଇଁ NTA ବିକଳ୍ପ ଦେଇଛି। ବର୍ତ୍ତମାନ ୧୫୬୩ ଜଣ ଛାତ୍ରଛାତ୍ରୀଙ୍କୁ ପୁନର୍ବାର ପରୀକ୍ଷା ଦେବାକୁ ପଡ଼ିବ।
ତାଙ୍କର ସ୍କୋର କାର୍ଡ ବାତିଲ କରାଯାଇଛି। ଜୁନ୍ ୨୩ରେ ପୁନର୍ବାର ପରୀକ୍ଷା ହେବ ଏବଂ ଫଳାଫଳ ଜୁନ୍ ୩୦ସୁଦ୍ଧା ଘୋଷଣା କରାଯିବ। ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ପରେ ଚଳିତମାସ 23 ତାରିଖରେ ପୁନଃପରୀକ୍ଷା କରିବାକୁ କେନ୍ଦ୍ର ସରକାର ତାରିଖ ଧାର୍ଯ୍ୟ କରିଛନ୍ତି । 23 ତାରିଖରେ ପରୀକ୍ଷା ଶେଷ କରି 30 ତାରିଖ ସୁଦ୍ଧା ଫଳାଫଳ ପ୍ରକାଶ କରିବ କେନ୍ଦ୍ର ସରକାରଙ୍କ ଜାତୀୟ ପରୀକ୍ଷା ଏଜେନ୍ସି ‘ଏନଟିଏ’ । କେବଳ ଗ୍ରେସମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କୁ ଛାଡିଦେଲେ ଅନ୍ୟ କାଉନସିଲିଂ ପ୍ରକ୍ରିୟା ଜାରି ରହିବ । ଅନ୍ୟପଟେ ସୁପ୍ରିମକୋର୍ଟ NEET କାଉନ୍ସେଲିଂ ଉପରେ ରୋକ୍ ଲଗାଇବାକୁ ପୁଣି ଥରେ ମନା କରିଦେଇଛନ୍ତି।
ଏଥିସହ ଏହି ପୁରୀକ୍ଷାରେ କେବଳ ଗ୍ରେସ୍ ମାର୍କ ମିଳିଥିବା ଛାତ୍ରଛାତ୍ରୀମାନେ ହିଁ ସାମିଲ ହେବ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। ଗ୍ରେସ୍ ମାର୍କିଂ ବିଷୟରେ NTA ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ୧୫୬୩ ଜଣ ଛାତ୍ରଙ୍କୁ ପୁଣି ପରୀକ୍ଷା ଦେବାକୁ ବିକଳ୍ପ ଦିଆଯାଉଛି। ଯେଉଁ ଛାତ୍ରଛାତ୍ରୀମାନେ ପୁନର୍ବାର ପରୀକ୍ଷା ଦେବାକୁ ଚାହାଁନ୍ତି ନାହିଁ, ସେମାନଙ୍କୁ ବିନା ଗ୍ରେସ୍ ମାର୍କରେ ସେମାନଙ୍କ ଅରିଜନାଲ ମାର୍କଶିଟ୍ ଦିଆଯିବ।
Comments are closed.