ଶରତଙ୍କୁ ସୁପ୍ରିମୋଙ୍କ ଡାକରା, ୨୦୨୪ ନିର୍ବାଚନ ପାଇଁ ଦେଇପାରନ୍ତି ଗୁରୁମନ୍ତ୍ର

0

ଭୁବନେଶ୍ବର(ଓଡ଼ିଆ ନ୍ୟୁଜ୍‌): ନବନିଯୁକ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ଏଆଇସିସି ସୁପ୍ରିମୋଙ୍କ ଡାକରା । ଦିଲ୍ଲୀରେ ସୁପ୍ରିମୋ ସୋନିଆ ଗାନ୍ଧୀ ଓ ରାଜ୍ୟ ପ୍ରଭାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି । ସେଠାରେ ୨୦୨୪ ନିର୍ବାଚନ ପାଇଁ ନିଜ ଟିମକୁ ମଜବୁତ୍ କରିବାକୁ ଶରତଙ୍କୁ ଗୁରୁମନ୍ତ୍ର ଦେଇପାରନ୍ତି ସୋନିଆ । ତେବେ ପିସିସି ସଭାପତି ହେବାପରେ ଶରତ ପଟ୍ଟନାୟକଙ୍କ ଏହା ପ୍ରଥମ ଦିଲ୍ଲୀ ଗସ୍ତ।

ସୂଚନାଯୋଗ୍ୟ, ମେ ୨୩ ତାରିଖରେ ଶରତ ପଟ୍ଟନାୟକଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ରୂପେ ନୂଆ ଦାୟିତ୍ୱ ମିଳିଛି। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ସୋମବାର ଦିନ ବିଧିବଦ୍ଧଭାବେ ଏହା ଘୋଷଣା କରାଯାଇଥିଲା। ଏହାକୁ ମିଶାଇ ଶ୍ରୀ ପଟ୍ଟନାୟକଙ୍କୁ ଦ୍ବିତୀୟ ଥର ପାଇଁ ପିସିସି ସଭାପତି ପଦରେ ନିଯୁକ୍ତି ମିଳିଛି।

Leave A Reply

Your email address will not be published.