ବିରୋଧୀଙ୍କ ଅନାସ୍ଥା ବୁମେରାଂ ହେବ: ସୁରେଶ ପୂଜାରୀ

0

ଓଡ଼ିଆ ନ୍ୟୁଜ୍: ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ।ବିରୋଧୀ ଅନାସ୍ଥା ଆଣିଲେ ସରକାର ଆହତ ହେବେନି।ଅନାସ୍ଥା ପ୍ରସ୍ତାବରେ ନିଜେ କ୍ଷତାକ୍ତ ହେବେ ବିରୋଧୀ।ଅନାସ୍ଥା ପ୍ରସ୍ତାବ ସେମାନଙ୍କ ପାଇଁ ବୁମେରାଂ ହେବ।ବିରୋଧୀ ଅନାସ୍ଥା ଆଣିପାରିବେ, ହେଲେ ହୋମୱାର୍କ କରନ୍ତୁ।ବିଜେଡି, କଂଗ୍ରେସ ୪୦ ବର୍ଷର ହିସାବ ନେଇକି ଆସନ୍ତୁ।

ଆମେ ଗୋଟିଏ ବର୍ଷର ହିସାବ ଦେବୁ ବୋଲି କହିଛନ୍ତି ସୁରେଶ ପୂଜାରୀ।ସେମାନେ ଲମ୍ବା ସମୟରେ କଣ କରିଛନ୍ତି, ଆମେ ବର୍ଷକରେ କଣ କରିଛୁକଂଗ୍ରେସର ଅନାସ୍ଥା ଆହ୍ଵାନ ଦାବି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ  ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି  ବିରୋଧୀ ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ ବିରୋଧୀ ହିଁ କ୍ଷତାକ୍ତ ହେବେ। ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ସେମାନଙ୍କ ପାଇଁ ବୁମେରଂ ହେବ।

ବିରୋଧୀଙ୍କ ଅଧିକାର ଅଛି ସେମାନେ ଅନାସ୍ଥା ଆଣି ପାରିବେ। କିନ୍ତୁ ବିଧାନସଭାକୁ ଟିକେ ହୋମ ୱାର୍କ କରିକି ଆସନ୍ତୁ। ବିଜେଡି କଂଗ୍ରେସ ୪୦ବର୍ଷର ହିସାବ ନେଇକି ଆସନ୍ତୁ।ଆମେ ଗୋଟିଏ ବର୍ଷର ହିସାବ ଦେବୁ। ସେମାନେ ଲମ୍ବା ସମୟ ଧରି କ’ଣ କରିଛନ୍ତି ଆମେ ବର୍ଷକରେ କ’ଣ କରିଛୁ ତାହାର ହିସାବ ଦେବୁ ବୋଲି ରାଜସ୍ବ ମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

Leave A Reply

Your email address will not be published.