ସିଏମସି ଅଧିନରେ କାମ କରିବୁ ଘରୋଇ ସଂସ୍ଥାରେ ନୁହେଁ: ସଫେଇ କର୍ମୀ ଡ୍ରାଇଭର ଲୋଡରମାନଙ୍କ ପକ୍ଷରୁ କମିଶନରଙ୍କୁ ସ୍ମାରକପତ୍ର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସ୍ୱୟଂ ସହାୟକ ଗୋଷ୍ଠୀର ( ସେଲଫ୍ ହେଲଫ୍ ଗୃପ୍) କର୍ମୀଭାବେ ଚୟନ ହୋଇ ଡ୍ରାଇଭର, ଲୋଡର ଓ ସଫେଇ କର୍ମୀଭାବେ ଦୀର୍ଘ ସମୟ ଧରି ମହାନଗର ନିଗମ ଅଧିନରେ ବିଭିନ୍ନ ୱାଡ୍‌ରେ କାର୍ଯ୍ୟ କରି ଆସୁଛନ୍ତି। ଗାଡିଚାଳକ, ଗାଡିରେ ଅଳିଆ ଭରିବା ଓ ରାସ୍ତାଘାଟ ସଫେଇ କାମ କରି ସରକାରୀ ମଜୁରୀ ନିୟମାବଳୀ ଅନୁଯାଇ ପାରିଶ୍ରମିକ ପାଇ ପାଇଆସୁଛନ୍ତି।
ବର୍ତ୍ତମାନ ପରିସ୍ଥିତିରେ ମହାନଗର ସମସ୍ତ ୱାଡକୁ ଘରୋଇ ସଂସ୍ଥାମାନଙ୍କୁ ପରିମଳ ପରିଚାଳନା କରିବାପାଇଁ ଦାୟିତ୍ୱ ଦେଇଥିବାରୁ ସେମାନେ ପ୍ରଭାବିତ ହେବାର ଭୟ ଆଶଙ୍କା ମଧ୍ୟରେ ରହିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ଏସ୍‌.ଏଚ.ଜି ଯୋଜନା ଦ୍ୱାରା ତିଆରି ହୋଇଥିବା ପୁରୁଷ ଓ ମହିଳା ଗୋଷ୍ଠି କେବଳ ସରକାରୀ ବ୍ୟବସ୍ଥା(ଏଜେନ୍ସି)ରେ କାମ କରିବେ । ଘରୋଇ ସଂସ୍ଥା ଉଦ୍ଦେଶ୍ୟରେ ଯୋଜନା(ସ୍କିମ୍‌) ସରକାର କରିନାହାନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ଦାବି କରିଛନ୍ତି କେବଳ ମହାନଗର ନିଗମ ଅଧିନରେ କାମ କରି ସରକାରୀ ନିୟମରେ ପାରିଶ୍ରାମିକ ପାଇବୁ। ଏହି ପରିପ୍ରେକ୍ଷୀରେ ସିଏମସି ଅଧିନରେ କାମ କରୁଥିବା ସଫେଇ କର୍ମୀ ଡ୍ରାଇଭର ଲୋଡରମାନେ ସିଏମସି କମିଶନରଙ୍କ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଜୀବନଜୀବିକା, ଭବିଷ୍ଯତ ଓ ଜନସ୍ୱାର୍ଥ ଦୃଷ୍ଟିରୁ ସେମାନଙ୍କ ସମସ୍ୟା ସମାଧାନ କରିବାକୁ ଦାବି କରିଛନ୍ତି। ଏକ ପ୍ରତିନିଧି ଦଳରେ ଶ୍ରମିକ ନେତା ଖଗେଶ୍ୱର ସେଠୀ, ରାଜକିଶୋର ମଲ୍ଲିକ, କର୍ମକର୍ତ୍ତା ବିଷ୍ଣୁ ନାୟକ, ବିଜୟ କୁମାର ବେହେରା, ବାପି ନାୟକ, ମୁନା ନାୟକ, ସାଗର ନାୟକ ରିଙ୍କୁ ନାୟକ, ଶ୍ରୀଦେବୀ ନାୟକ, ଗୀତା ନାୟକ ପ୍ରମୁଖ ସ୍ମାରକପତ୍ର ପ୍ରଦାନ କରିଥିଲେ।

Leave A Reply

Your email address will not be published.