ଡିସେମ୍ବର ୯ରେ ବାରବାଟୀରେ ହେବ ଟି-20

0

ଓଡ଼ିଆ ନ୍ୟୁଜ୍: ଡିସେମ୍ବର ୯ରେ ବାରବାଟୀରେ ହେବ ଟି-ଟ୍ବେଣ୍ଟି।ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ ହେବ।BCCI ପକ୍ଷରୁ ଜାରି ହେଲା ବିଧିବଦ୍ଧ ଖେଳସୂଚୀ ପ୍ରକାଶ।ନଭେମ୍ବରରୁ ଭାରତ ଗସ୍ତରେ ଆସୁଛି ଦକ୍ଷିଣ ଆଫ୍ରିକା।୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ହେବ।ପ୍ରଥମ ଟି-ଟ୍ବେଣ୍ଟି ବାରବାଟୀରେ ହେବ। ନଭେମ୍ବର ମାସରୁ ଦକ୍ଷିଣ ଆଫ୍ରିକା ଟିମ ଭାରତ ଭ୍ରମଣରେ ଆସିବାକୁ ଥିବା ବେଳେଏହି ଗସ୍ତରେ ଉଭୟ ଟିମ ମଧ୍ୟରେ ଦୁଇଟି ଟେଷ୍ଟ, ତିନୋଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ବିଶିଷ୍ଟ ଏକ ସିରିଜ ଖେଳାଯିବ। ତେବେ ଏହି ଟି ୨୦ ସିରିଜ ମଧ୍ୟରୁ ପ୍ରଥମ ମ୍ୟାଚଟି ବାରବାଟୀରେ ଖେଳାଯିବ।

ସୂଚନାଯୋଗ୍ୟ, ବାରବାଟୀକୁ ଆଉ ଏକ ଅନ୍ତଜାର୍ତୀୟ ମ୍ୟାଚ ଆୟୋଜନ କରାଇବା ପାଇଁ ଓସିଏ ପକ୍ଷରୁ ବିସିସିଆଇକୁ ନିବେଦନ କରାଯାଇଥିଲା।ଗତ ଫେବୃଆରୀ ୯ ତାରିଖରେ ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ସଫଳତାର ସହିତ ଶେଷ ହୋଇଥିଲା। କେବଳ ମ୍ୟାଚ ସମୟରେ ଫ୍ଲଡ ଲାଇଟ ଖରାପ ହେବା ଘଟଣାକୁ ଛାଡିଦେଲେ ବାକି ସବୁକିଛି ଯୋଜନା ମୁତାବକ ଚାଲିଥିଲା।

Leave A Reply

Your email address will not be published.