ଆଫଗନିସ୍ତାନର ନୂଆ ନା ରଖିଲେ ତାଲିବନ୍: ଜାଣନ୍ତୁ କଣ

0

ଆଫଗାନିସ୍ତାନକୁ କବଜା କରିଛି ତାଲିବାନ । ଆଉ ଏବେ ସଂଗଠନ ଦେଶର ନୀତି ସହ ଜଡ଼ିତ ନିଷ୍ପତ୍ତି ନେବା ମଧ୍ୟ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଦେଶ ସ୍ୱାଧୀନତାର ୧୦୨ ବର୍ଷ ପୂର୍ତ୍ତି ଅବସରରେ ତାଲିବାନ ନେତୃତ୍ୱରେ ଆଫଗାନିସ୍ତାନର ନୂଆ ନାମ ଇସଲାମିକ ଅମିରାତ ଅଫ ଆଫଗାନିସ୍ତାନ ରଖାଯାଇଛି । ତାଲିବାନର ପ୍ରବକ୍ତା ଜବୀଉଲ୍ଲାହ ମୁଜାହିଦ କହିଛନ୍ତି ଇସଲାମିକ ଅମୀରାତ ସବୁ ଦେଶ ସହ ଭଲ ରାଜନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ଚାହୁଛି ।

କ’ଣ ଏହି ଇସଲାମିକ ଅମୀରାତ?

ତାଲିବାନ କାବୁଲକୁ କବଜା କରିବାର ଚାରି ଦିନ ପରେ ଏହି ନାମ ରଖାଯାଇଛି । ସୂଚନାଯୋଗ୍ୟ ଅମୀରାତର ଅର୍ଥ ଅମୀରରୁ ହୋଇଛି । ଇସଲାମରେ ଅମୀରର ଅର୍ଥ ହେଉଛି ପମୁଖ ବା ପ୍ରଧାନ । ଏହି ଅମୀର ଅନ୍ତର୍ଗତ ଯେଉଁ ସହର କିମ୍ବା ସ୍ଥାନ ଆସିଥାଏ ତାକୁ ଅମୀରାତ କୁହାଯାଏ । ଏହିଭଳି ଭାବରେ ଇସଲାମିକ ଅମୀରାତ ଅଫ ଆଫଗାନିସସ୍ତାନର ଅର୍ଥ ହେଲା ଏକ ଇସଲାମିକ ଦେଶ । ତାଲିବାନର ଏକ ବରିଷ୍ଠ ନେତା ବହିଦୁଲ୍ଲାହ ପ୍ରତିକ୍ରିୟାରେ କହିଛନ୍ତି ଯେ ଆଫଗାନିସ୍ତାନରେ ଇସଲାମିକ ଅମୀରାତର ଗଠନ ପରେ ଏବେ ଏହି ଦେଶରେ ସତ୍ତା ଚଳାଇବା ପାଇଁ ତାଲିବାନର ପ୍ରମୁଖ ନେତାଙ୍କର ଏକ ପରିଷଦ ଗଠନ କରାଯିବ । ଏହି ପରିଷଦର ନେତୃତ୍ୱ ତାଲିବାନର ସରଗନା ହେବତୁଲ୍ଲାହ ଅଂଖୁଦଜାଦା କରିବେ । ଏହାସହ ଇରାନ ଭଳି ଆଫଗାନିସ୍ତାନରେ ମଧ୍ୟ ଏକ ସୁପ୍ରିମ ଲିଡର ପଦ ରହିବ ।

Leave A Reply

Your email address will not be published.