ଏଣିକି ପୁରୀରେ ୨୪ ଘଣ୍ଟା ମିଳିବ ଟ୍ୟାପ୍ ପାଣି

0

ପୁରୀବାସୀଙ୍କ ପାଇଁ ଆରମ୍ଭ ହେବ ଡ୍ରିଙ୍କ ଫ୍ରମ ଟ୍ୟାପ୍ ମିଶନ । ପୁରୀବାସୀଙ୍କୁ ସିଧାସଳଖ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ମିଳିବ । ଏଣିକି ୨.୫ ଲକ୍ଷ ଲୋକ ୨୪ ଘଣ୍ଟା ପାଇପ୍ ଯୋଗେ ବିଶୁଦ୍ଧ ପାଣି ପାଇବେ । ଏହା ଦ୍ୱାରା ବାର୍ଷିକ ୨ କୋଟି ପର୍ଯ୍ୟଟକ ଉପକୃତ ହେବେ । ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଅନ୍ତର୍ଜାତୀୟ ସହରମାଳାରେ ପୁରୀ ସାମିଲ ହୋଇଛି । ଏଣିକି ଲଣ୍ଡନ, ଲସ ଏଞ୍ଜେଲ୍ସ ଓ ସିଙ୍ଗାପୁର ସହ ପୁରୀ ମଧ୍ୟ ସମକକ୍ଷ ହେବ ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଭୁବନେଶ୍ୱର ଓ ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ – ସୁଜଳ ଲୋକାର୍ପିତ କରିଥିଲେ । ଏହି ମିଶନ କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ । ଏହାଦ୍ୱାରା ଲୋକମାନେ ଉନ୍ନତ ଦେଶର ଲୋକମାନଙ୍କ ପରି ସିଧାସଳଖ ଟ୍ୟାପ୍ ରୁ ପାଣି ଆଣି ପିଇ ପାରିବେ । ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମର ଆଧାରରେ ବ୍ୟବସ୍ଥାର ରୂପାନ୍ତର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

Leave A Reply

Your email address will not be published.