ଓଡ଼ିଆ ନ୍ୟୁଜ(ବ୍ୟୁରୋ): UNGAରେ ଆତଙ୍କବାଦକୁ ଟାର୍ଗେଟ୍ କରି ପାକିସ୍ତାନକୁ ଶୀଘ୍ର POK ଛାଡ଼ିବାକୁ କହିଲା ଭାରତ। UNGAରେ ଆତଙ୍କବାଦୀ ମୁଦ୍ଦା ଉଠାଇ ତୁରନ୍ତ ପିଓକେକୁ ଖାଲି କରିବାକୁ କହିଛନ୍ତି ପ୍ରଥମ ସଚିବ ପୈତଲ ଗେହଲଟ୍ । ମହାସଭାରେ ପକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନଓ୍ବର-ଉଲ୍-ହକ୍ କାକର ଜାମ୍ମୁ-କାଶ୍ମୀର ମୁଦ୍ଦା ଉଠାଇଥିଲେ । ଅନଓ୍ବର-ଉଲ୍-ହକ୍ କହିଥିଲେ, କାଶ୍ମୀର ବିବାଦ ଦେଉଛି ସଞ୍ଜୁକ୍ତ ରାଷ୍ଟ୍ର ପରିଷଦର ସବୁଠାରୁ ଲମ୍ବା ସମୟ ଧରି ଚାଲୁଥିବା ବଡ଼ ମୁଦ୍ଦା । ଦୁଇ ଦେଶ ପାଇଁ କାଶ୍ମୀର ସବୁବେଳେ ଅଶାନ୍ତ । ପରେ ତାଙ୍କୁ ପାଲଟା ଜବାବ ଦେଇଛନ୍ତି ସେକ୍ରେଟାରୀ ପୈତାଲ ଗେହଲଟ୍ । ତୁରନ୍ତ ପାକିସ୍ତାନ ଅକ୍ୟୁପାଏଡ୍ କାଶ୍ମୀରକୁ ଖାଲିକରିବାକୁ କହିଛନ୍ତି । ଏହା ସହିତ ୨୬-୧୧ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସମ୍ପୃକ୍ତି ଥିବା ଅଭିଯୁକ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ ।
ସଞ୍ଜୁକ୍ତ ରାଷ୍ଟ୍ର ମହାସଭାରେ ଭାରତ ଫାର୍ଷ୍ଟ ସେକ୍ରେଟାରୀ ପୈତଲ ଗେହଲଟ କହିଛନ୍ତି, ଭାରତ ବିରୋଧ ପାକିସ୍ତାନ ଆଧାରହୀନ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ଏଜେଣ୍ଡା ଚଳାଇଛି ଏବଂ ଅଗଷ୍ଟ ଫୋରମକୁ ଖରାପ ବ୍ୟବହାର କରୁଛି । ଏହା ପାକିସ୍ତାନର ଦୈନଦିନ କାମ ହୋଇଗଲାଣି । ସଞ୍ଜୁକ୍ତ ରାଷ୍ଟ୍ର ସଦସ୍ୟ ଏବଂ ଅନ୍ୟ ବହୁପକ୍ଷୀୟ ସଂସ୍ଥାକୁ ଭଲ ଭାବେ ଜଣା ଯେ, ପାକିସ୍ତାନ ନିଜ ଦେଶର ସମସ୍ୟାକୁ ମାନବାଧିକାରରୁ ଧ୍ୟାନ ହଟାଇବା ପାଇଁ ଏହି ସବୁ କାମ କରୁଛି । ଏହା ସହିତ ସଞ୍ଜୁକ୍ତ ରାଷ୍ଟ୍ର ମହାସଭାରେ ଜାମ୍ମୁ-କାଶ୍ମୀର ଓ ଲଦାଖ ଭାରତକ ଅଭିନ୍ନ ଅଙ୍ଗ ବୋଲି କହିଛନ୍ତି ସଚିବ ଗେହଲଟ । ମାନବାଧିକାରକୁ ଦ୍ବାହୀ ଦେଉଥିବା ପାକିସ୍ତାନରେ ନିଜ ଦେଶର ବର୍ବରତାକୁ ସମାଧାନ କରିବା ବଦଳରେ ବିଶ୍ବର ସବୁଠାରୁ ବଡ଼ ଲୋକତନ୍ତ୍ର ଦେଶକୁ ଆଙ୍ଗୁଳି ଦେଖାଉଛି । ସଂଖ୍ୟାଲଘୁଙ୍କ ବିରୋଧରେ ପାକିସ୍ତାନ କିପରି ଅରାଜକତା ସୃଷ୍ଟି କରୁଛି ଏହା ସ୍ପଷ୍ଟ ଉଦାହରଣ ହେଉଛି ଭାରତ।