ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ତିନି ରଥର ବେଦି ସିଂହାସନ ସମେତ ବେଦି ଚାରିପାର୍ଶ୍ବରେ ପଟା ବାଡ଼ିଆ ଶେଷ

0

ପୁରୀ(ଓଡ଼ିଆ ନ୍ୟୁଜ୍‌): ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଆଗେଇ ଚାଲିଛି ରଥକାମ । ରଥଖଳାରେ ଶନିବାର ଦିନ ରଥ ନିର୍ମାଣକୁ ୫୨ ଦିନ ପୂରିଛି। ଏହାରି ମଧ୍ୟରେ ତିନି ରଥର ବେଦି ସିଂହାସନ ସମେତ ବେଦି ଚାରିପାର୍ଶ୍ବରେ ପଟା ବାଡ଼ିଆ ଶେଷ ହୋଇଛି । ସିଂହାସନ ବେଦି ଉପର ପ୍ରଥମ ଭୂଇଁ ମଧ୍ୟ ଭାଗରେ କନକ ମୁଣ୍ଡି ବସି ଏଥିରୁ ୪ଟି କାଣ୍ଡ ଓ ୨୦ଟି ରୁଅ ଗମ୍ବୁଜାକାର ଭାବେ ସଂଯୋଗ ହୋଇଛି। ପରେ ବର୍ଷା ପାଣି ନ ପଡ଼ିବା ପାଇଁ ଏଥିରେ ପିତଳ ଚଦର ଆବରଣ ପଡ଼ିବ । ତିନି ରଥର ତିନୋଟି ଲେଖାଏଁ ବିଜେ ଚପା ନିର୍ମାଣ ଶେଷ ହୋଇଛି । ରୂପକାର ସେବକମାନେ ତିନି ରଥର ପ୍ରଭାରେ ରୂପ ଖୋଦେଇ ଜାରି ରହିଛି । ଚିତ୍ରକର ସେବକମାନେ ଶୁକ୍ରବାର ଦିନ ୨୪ଟି ନାଟଗୋଡ଼ରେ ରଙ୍ଗ କାମ ଶେଷ କରିଛନ୍ତି ।

ସେପଟେ ଦଶମୂଳ ଔଷଧ ସେବନ କରି ସୁସ୍ଥ ହେଲେ ମହାପ୍ରଭୁ। ସ୍ନାନପୂର୍ଣ୍ଣିମା ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଦଶମୀରେ ଚକାବିଜେ ଅନୁଷ୍ଠିତ ହୋଇଥିବାବେଳେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ଔଷଧ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାବାହୁ । ଏହି ସୁସ୍ଥ ହେବାର ସମାଚାର ନେଇ ଆଜି ଦଇତାପତି ସେବକମାନେ ଶ୍ରୀନଅରକୁ ଯାଇ ଗଜପତିଙ୍କୁ ଅବଗତ କରାଇବେ ।

Leave A Reply

Your email address will not be published.