ଆର୍ଟ ଅଫ ଗିଭିଙ୍ଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପରୋପକାରାୟ ସ୍ବର୍ଗାୟ ନୀତି ବାଣୀକୁ ଯଥାର୍ଥ କରିବାରୁ ବିଶିଷ୍ଟ ସମାଜ ସେବି ତଥା ଶିକ୍ଷାବିତ ଡକ୍ଟର ଅଚିଉତ ସାମନ୍ତ ଆର୍ଟ ଅଫ ଗିଭିଙ୍ଗ ନାମ ରେ କାର୍ଯ୍ୟକ୍ରମ କରି ଓଡିଶା ର ପ୍ରତ୍ୟକ ଅଞ୍ଚଳ ରେ ଶାନ୍ତି ର ବାର୍ତା ବାଣ୍ଟୁଛନ୍ତି | ଏହି ପରିପେକ୍ଷୀରେ ଗରଦପୁର ମାହାଳ ଜଗନ୍ନାଥ ମନ୍ଦିର ରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି |

ମାହାଳ ଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକ ପ୍ରଶାନ୍ତ ନାୟକ, ଦେବଦାସୀ ମୋହିନୀ କୁମାରୀ ନାୟକ, ପ୍ରମୁଖ ଅତିଥି ଯୋଗ ଦେଇ ଆଲୋଚନା ଚକ୍ର ମାଧ୍ୟମ ରେ ପରୋପକାରୀ ଚିନ୍ତାଧାରାର ଉପାଖ୍ୟାନ ବ୍ୟାଖ୍ୟା କରିଥିଲେ | ନିଜେ ଭଲରେ ରହିବା ସହ ଅନ୍ୟ କୁ ଭଲରେ ରଖିବା ଭଳି ମହାନ ବିଚାର ଧାରା ଓ ସମସ୍ତ ଙ୍କ ସୁଖ, ଶାନ୍ତି, ପ୍ରଗତୀ ମନାସୀବା ଏବଂ ସବୁରି ସୁଖ ଦୁଃଖ ରେ ଭାଗୀଦାରି ହୋଇ ବିଭିନ୍ନ ସମସ୍ୟାର ସମାଧାନ ଭଳି ସେବା ବୋଧକ ମନୋଭାବ ରଖିବା ଦ୍ଵାରା ବିଶ୍ୱଶାନ୍ତି ପ୍ରତିଷ୍ଠା ହୋଇ ପାରିବ ବୋଲି ଆଲୋଚ୍ୟ ର ବିଷୟବସ୍ତୁ ଥିଲା |

ଉପସ୍ଥାପକ ଭାବେ ସମସ୍ତ ଆଲୋଚକ ନିଜ ମତ ପାର୍ଥକ୍ୟ ଭିତରେ ମଧ୍ୟ ପୌରାଣିକ ଓ ପାରମ୍ପରିକ କଥା ବସ୍ତୁର ନିଦର୍ଶନ ଦେଇ ସର୍ବ ମଙ୍ଗଳ ହିତରେ ଯଥାର୍ଥତା ସମ୍ପର୍ଣ ଉକ୍ତି ବlଢ଼ିଥିଲେ | ମାନବ ସେବା ହି ମାଧବ ସେବା ଏଥି ବାର୍ତା ପ୍ରଚାର ରେ ଶାନ୍ତି ଓ ମୈତ୍ରୀ ସ୍ଥାପନ ହୋଇ ପାରିବ ବୋଲି ସାରାଂଶ ମିଳିଥିଲା | କାର୍ଯ୍ୟକ୍ରମ ର ଆୟୋଜକ ଭାବେ କେନ୍ଦ୍ରାପଡ଼ା ର କଳିଙ୍ଗ ଟିଭି ପ୍ରତିନିଧି ସରୋଜ ପରିଡା ସୁଚାରୁ ରୂପେ ସମ୍ପାଦନ କରିଥିଲେ |

Leave A Reply

Your email address will not be published.