ମହାପୁରୁଷ ମହମ୍ମଦଙ୍କ ଜନ୍ମଉତ୍ସବ ପାଳିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଇରଙ୍ଗପୁର ସହରରେ ମହାପୁରୁଷ ମହମ୍ମଦଙ୍କ ଜନ୍ମଦିବସ ପ୍ରତିବର୍ଷ ପରି ମହାଆଡମ୍ବରରେ ପାଳିତ ହୋଇଯାଇଛି | ମହାପୁରୁଷ ମହମ୍ମଦ ଗରିବୀ ଓ ଧନୀ ସମସ୍ତଙ୍କର ମହାପ୍ରଭୁ | ତାଙ୍କର ନୀତିଆଦର୍ଶରେ ଧାର୍ମିକବାଦ, ନୈତିକବାଦ ଓ ପରୋପକାର ଭାବନା ଦେଖାଯାଇଥାଏ | ସେ ସମସ୍ତଙ୍କୁ ଭାଇଚାରା ଓ ଏକତାର ପଥ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଥିଲେ |

ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ଠାରେ ଥିବା ଠାକୁରାଣୀବେଡା ଓ ଇଚିଣ୍ଡା ସ୍ଥିତ ମହଜ୍ଜିତ ଠାରୁ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ | ତାପରେ ନିଜ ଆସ୍ଥାନରେ ସମସ୍ତେ ପହଞ୍ଚି ସୌକତ ସଲାମ ପ୍ରଭୁଙ୍କ ଉଦ୍ଦେଶ୍ଯରେ କରିଥିଲେ | ପ୍ରଭୁଙ୍କ ଠାରେ ପ୍ରସାଦ ସମର୍ପଣ କରିବା ପରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା | ମହାପୁରୁଷ ମହମ୍ମଦଙ୍କ ପ୍ରେମୀ ଭାଇମାନେ ଖୁସି ଓ ଆନନ୍ଦ ଜାହିର କରିଥିଲେ | ଏହି ଅବସରରେ ସମସ୍ତେ ଆତ୍ମବିଭୋର ହୋଇ ପ୍ରଭୁଙ୍କ ଉଦ୍ଦେଶ୍ଯରେ ସଂଗୀତ ଗାନ କରିଥିଲେ |

ଠାକୁରାଣୀବେଡା ମହଜ୍ଜିତ କମିଟୀର ଏମଡି ଇସଲାମ, ଏମଡି ନାସିର, ଏମଡି ଇରସାଦ, ଏମଡି ଜାଲିଲ, ଏମଡି ସନୁ, ଏମଡି ସଦାମ୍, ଏମଡି ଇସମାଲ, ଏମଡି ଇଜାଜ, ଏମଡି ଆଫଜଲ, ଏମଡି କରି ହସମତ୍ ଓ ଏମଡି ନାସିମ୍ ପ୍ରମୁଖ ଉପସ୍ଥିତ ଥିବା ବେଳେ ଇଚିଣ୍ଡା ମହଜ୍ଜିତ କମିଟୀର ଏସକେ ଆଫରିଦି,ଏସକେ ଜାହିର ହୁସେନ, ଏସକେ କରି ମନଜିର, ଏସକେ ଗୁଲୁ, ଏସକେ ଜାବେଦ, ଏସକେ ସାହିଲ, ଏସକେ ଅରବିଜ, ଏସକେ ନାସିର, ଏସକେ ଲବୁ, ଏସକେ ନାସିମ୍ ଓ ଏସକେ ରାଜ ପ୍ରମୁଖ ଯୋଗ ଦେଇଥିଲେ | ଏହି ଭବ୍ଯ କାର୍ଯ୍ଯକ୍ରମରେ ସମସ୍ତେ ପ୍ରଭୁ ମହମ୍ମଦଙ୍କର ଗୁଣକୀର୍ତ୍ତନ କରିଥିଲେ |

Comments are closed.