ବରମୁଣ୍ଡାର ବସଷ୍ଟାଣ୍ଡ ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲ ନାମରେ ନାମିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭାରତୀୟ ସମ୍ବିଧାନ ପ୍ରଣେତା ତଥା ସାମାଜିକ ନ୍ୟାୟର ପ୍ରତୀକ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ ରାଜଧାନୀରେ ଅବସ୍ଥିତ ରାଜ୍ୟର ଏହି ପ୍ରମୁଖ ବସଷ୍ଟାଣ୍ଡ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ ନାମିତ ହେଉଥିବା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ସମ୍ପର୍କରେ ଜଣାଇବା ବେଳେ ମୁଖ୍ୟମନ୍ତ୍ରୀ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଣିକି ବରମୁଣ୍ଡା ବସଷ୍ଟାଣ୍ଡ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲ ନାମରେ ନାମିତ ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଡକ୍ଟର ଭୀମରାଓ ଆମ୍ବେଦକର ଜଣ ଦୂରଦର୍ଶୀ ନେତା ସମର୍ପିତ ସମାଜ ସଂସ୍କାରକ ଥିଲେ। ସମାଜର ଦଳିତ ନିଷ୍ପେଶିତଙ୍କ ପାଇଁ ସେ ଆଶାର ଆଲୋକ ରହିଥିଲେ। ଏକ ନ୍ୟାୟ ପୂର୍ଣ୍ଣ ସମାଜ ଗଠନ ପାଇଁ ସେ ସାରା ଜୀବନ ସଂଘର୍ଷ କରିଛନ୍ତି।

ଡିଜିଟାଲ ଜ୍ଞାନକୌଶଳ ଜରିଆରେ ଆମ୍ବେଦକରଙ୍କ ଜୀବନୀ ଓ ଆଦର୍ଶକୁ ଉପସ୍ଥାପିତ କରାଯିବ। ଭାରତୀୟ ସମ୍ବିଧାନର ଏକ ନକଲ ଓ ବାବା ସାହେବଙ୍କ ବ୍ୟବହୃତ ବିଭିନ୍ନ ଜିନିଷ ମଧ୍ୟ ଏଠାରେ ପ୍ରଦର୍ଶିତ ହେବ। ୧୫.୫ ଏକର ପରିମିତ ଜମିରେ ନିର୍ମିତ ଏହି ବସ୍‌ଷ୍ଟାଣ୍ଡ ଦୈନିକ ୩୦ ହଜାର ଯାତ୍ରୀଙ୍କ ପରିବହନର ମୁଖ୍ୟ ମାଧ୍ୟମ ହେବ। ଏହାକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କ ବିଭିନ୍ନ ସୁବିଧା, ସୁଯୋଗର ବିକାଶ କରାଯିବ। ନିରାପତ୍ତ ପ୍ରତି ମଧ୍ୟ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି।

 

Leave A Reply

Your email address will not be published.