ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲିଠୁ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ସହିତ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ସୂଚନା ଅନୁସାରେ, ଏବେ ମୁଖ୍ୟମନ୍ତ୍ରୀ ଝାଡଖଣ୍ଡ ଗସ୍ତରେ ଅଛନ୍ତି । ଆଜି ତାଙ୍କର ଝାଡଖଣ୍ଡ ଗସ୍ତର ଦ୍ବିତୀୟ ଦିନ । ଆଜି ଚାଇଁବାସାର କୋଲହାନ୍ ଯାଇ ସେଠାରେ ଆୟୋଜିତ ବିଜେପିର ପରିବର୍ତ୍ତନ ଯାତ୍ରାରେ ଯୋଗ ଦେଇ ଝାଡଖଣ୍ଡରେ ଥିବା ଓଡିଆଙ୍କୁ ସମ୍ବୋଧିତ କରିବେ ।
ଆଗକୁ ଝାଡଖଣ୍ଡ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ରାଞ୍ଚି ଅଭିମୁଖେ ଯାଇଥିଲେ। ରାଞ୍ଚିରୁ ହେଲିକପ୍ଟର ଯୋଗେ ପଶ୍ଚିମ ସିଂହଭୂମରେ ପହଞ୍ଚିଥିଲେ। ଅପରାହ୍ନ ୧ଟାରେ ମୁଖ୍ୟମନ୍ତ୍ରୀ ଜମାଣି ମୈଦାନରେ ଭାଜପାର ପରିବର୍ତ୍ତନ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏପରିକି ଅପରାହ୍ନ ୩ଟାରେ ମାଝଗାଓଁ ସ୍କୁଲ ପଡ଼ିଆରେ ସଭାକୁ ସମ୍ବୋଧିତ କରିବେ।
ଅପରାହ୍ନ ୫ଟାରେ ଚାଇଁବାସା ସର୍କିଟ ହାଉସରେ ପହଞ୍ଚି ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଛି। ପୁଣି ୧ ତାରିଖରେ ଚାଇବାସାରେ ଜନସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ । ପରେ ଅପରାହ୍ନ ୪ଟା ୧୦ରେ ରାଞ୍ଚିରୁ ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମର ରହିଛି। ଆଜି ଚାଇଁବାସାର କୋଲହାନ୍ ଯାଇ ସେଠାରେ ଆୟୋଜିତ ବିଜେପିର ପରିବର୍ତ୍ତନ ଯାତ୍ରାରେ ଯୋଗ ଦେଇଦେବେ। ଏବଂ ଝାଡଖଣ୍ଡରେ ଥିବା ଓଡିଆଙ୍କୁ ସମ୍ବୋଧିତ କରିବେ।