ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ, ହାଇକୋର୍ଟ ତତ୍ୱାବଧାନରେ ଏସଆଇଟି ତଦନ୍ତ କଲା ଦାବି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମମିତା ମେହେର ମୃତ୍ୟୁ ଘଟଣାର ମୁଖ୍ୟ ଆସାମୀ ଗୋବିନ୍ଦ ସାହୁଙ୍କ ଜେଲ ଭିତରେ ରହସ୍ୟଜନକ ମୃତ୍ୟୁ ଘଟଣା ସଂପ୍ରତି ଚର୍ଚ୍ଚାର ବିଷୟ ହୋଇଛି । ମମିତା ମୃତ୍ୟୁର ପ୍ରତ୍ୟେକଟି ଘଟଣାରେ ଗୋବିନ୍ଦ ସାହୁଙ୍କ ସଂପୃକ୍ତିକୁ ନେଇ ପୋଲିସ  ଗୋବିନ୍ଦ ସାହୁଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଦେଇଥିଲା । କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିବାର ଗୋଟିଏ ଦିନ ପୂର୍ବରୁ ଗୋବିନ୍ଦ  ସାହୁଙ୍କ ଆତ୍ମହତ୍ୟା, ଘଟଣାକୁ ଆହୁରି ସଂଦେହ ଭିତରକୁ ଟାଣି ନେଇଛି ।

ତାଙ୍କର ମୃତ୍ୟୁ ଆତ୍ମହତ୍ୟାଜନିତ କିମ୍ବା ତାଙ୍କୁ ହତ୍ୟା କରାଯାଇଛି ସେ ସଂପର୍କରେ ସତ୍ୟାସତ୍ୟ ପ୍ରକାଶ ପାଇଁ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରତିନିଧିଦଳ ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତକରିଛନ୍ତି ଏବଂ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ରାଜ୍ୟପାଳ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ଉଚ୍ଚନ୍ୟାୟଳୟର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏସ.ଆଇ.ଟି ଦ୍ୱାରା ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରତିନଧି ଦଳ ଦାବି କରିଛନ୍ତି । ମମିତା ମେହେର ହତ୍ୟା ଘଟଣାର ପୁର୍ନ ତଦନ୍ତ କରିବାକୁ ରାଜ୍ୟପାଳ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି । ଗୋବିନ୍ଦ ସାହୁ ହତ୍ୟା ଘଟଣାରେ ତାଙ୍କ ସହଧର୍ମିଣୀ ଦେଇଥିବା କେଗାଁ ଥାନାରେ ରେ ଦେଇଥିବା ଏତଲାକୁ ଦରଜ କରିବା ଓ
ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟଙ୍କ ଦ୍ୱାରା ପରିଚାଳିତ ଏସ୍‌ଆଇଟି ତଦନ୍ତ ନିମନ୍ତେ ଦାବି ଦୋହରାଇଛନ୍ତି । ଏହି ପ୍ରତିନିଧି ଦଳରେ ବିଧାୟକ   ସନ୍ତୋଷ ସିଂ ସାଲୁଜା,   ଅଧିରାଜ ମୋହନ ପାଣିଗ୍ରାହୀ, ବରିଷ୍ଠ କଂଗ୍ରେସ ନେତା  ଶିବାନନ୍ଦ ରାୟ, ପୂର୍ବତନ ମନ୍ତ୍ରୀ   ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଡ. ଲଲାଟେନ୍ଦୁ ମହାପାତ୍ର ଏବଂ ପିସିସି ଗଣମାଧ୍ୟମ ସଂଯୋଜକ  ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.