ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚାଲିଛି ଚଳିତ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନ । ହେଲେ ଆଜି ଦ୍ବିତୀୟ ଦିନରେ ବି ଗୃହରେ ଅଚଳ ଅବସ୍ଥା । ପୁଣି ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି । ସୂଚନା ମୁତାବକ, ସାଢେ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ହେଲେ ପରେ ପୁଣି ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଲା।
ବାଚସ୍ପତିଙ୍କ ପୋଡିୟମ୍ ନିକଟରେ କଂଗ୍ରେସ ଓ ବିଜେଡିର ସଦସ୍ୟମାନେ ହୋହଲ୍ଲା କରିଥିଲେ। ଚିକିଟି ମଦମୃତ୍ୟୁର ଆରଡିସି ସ୍ତରୀୟ ତଦନ୍ତ ଦାବି କରିଥିଲା ବିଜେଡି। ଏଣେ ଜନଜାତିଙ୍କ ସୁରକ୍ଷା ଦାବି କରି କଂଗ୍ରେସ ବିଧାୟକମାନେ ପୁଣି ହଟ୍ଟଗୋଳ କରିଥିଲେ। ଏହାଫଳରେ ବାଚସ୍ପତି ସୁରମା ପାଢୀ ବାଧ୍ୟ ହୋଇ ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବୀ ଘୋଷଣା କରିଲେ । ଆଜି ବିଧାନସଭାର ଦ୍ୱିତୀୟ ଦିନରେ ଗୃହରେ ବିରୋଧୀଙ୍କ ହୋ ହଲ୍ଲା ସହ ନାରାବାଜି ଯୋଗୁ ଅଚଳାବସ୍ଥା ଦେଖିବାକୁ ମିଳିଛି।
ଚିକିଟି ମଦମୃତ୍ୟୁର ଆରଡିସି ସ୍ତରୀୟ ତଦନ୍ତ ଦାବି କରି ଗୃହରେ ହୋହଲ୍ଲା କରିଥିଲା ବିଜେଡି । ସେହିପରି ଜନଜାତିଙ୍କ ସୁରକ୍ଷା ଓ ଛାତ୍ର ଇଲେକ୍ସନ ଦାବି କରି କଂଗ୍ରେସ ବିଧାୟକମାନେ ମଧ୍ୟ ନିଜ ସିଟରୁ ଉଠି ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ ଆରମ୍ଭ କରିଥିଲେ । ଯାହାକୁ ନେଇ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ।
Comments are closed.