ମଣିପୁର ଘଟଣାକୁ ନେଇ ଗୃହ ହୁଲୁସ୍ତୁଲୁ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ସଂସଦରେ ଆଜି ଉଠିଲା ମଣିପୁର ପ୍ରସଙ୍ଗ । ବିରୋଧୀଙ୍କ ହୋହଲ୍ଲା ଭିତରେ ୧୨ଟା ପର୍ୟ୍ୟନ୍ତ ଲୋକସଭା ଗୃହକାର୍ୟ୍ୟ ସ୍ଥଗିତ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଲେ, କିଛି ସଦସ୍ୟ ଗୃହକୁ ଚଲାଇଦେବାକୁ ଚାହୁଁନାହାନ୍ତି । ସେପଟେ ରାଜ୍ୟସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଛି ।

ମଣିପୁର ହିଂସାରେ ଯେଉଁ ଲଜ୍ଜାଜନକ ଖବର ସାରା ଦେଶକୁ ଦୋହଲାଇ ଦେଇଛି, ତାର ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଗଣଦୁଷ୍କର୍ମ ପରେ ବିବସ୍ତ୍ର କରି ବୁଲାଇଯାଇଥିବା ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ଥିଲେ ସେନକଙ୍କ ପତ୍ନୀ । ଯେଉଁ ସୈନିକ ୧୯୯୯ କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ଲଢି ଜୀବନ ଦେଇଥିଲେ । ଏହି ଘଟଣାର ୬୩ ଦିନ ପରେ ଗୁରୁବାର ମୁଖ୍ୟ ଅଭିଯୁକ୍ତଙ୍କ ସହ ୪ ଜଣଙ୍କୁ ପୁଲିସ ଗିରଫ କରିଛି । ମେ ୪ ତାରିଖ ଘଟିଥିବା ଏହି ଘଟଣାରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି ।

Leave A Reply

Your email address will not be published.