ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦୀର୍ଘ ୨ ବର୍ଷ ପରେ ପୁଣି ମହା ଆଡ଼ମ୍ବରରେ ହେବାକୁ ଯାଉଛି ମା’ ଦୁର୍ଗତିନାଶିନୀଙ୍କ ପୂଜା । କରୋନା କଟଣା ସାମାନ୍ୟତମ କୋହଳ ହୋଇଥିବାରୁ ମା’ ଆବହନ ପାଇଁ ସମସ୍ତେ ପ୍ରସ୍ତୁତିରେ ଲାଗିଛନ୍ତି । ବିଶେଷକରି ମା’ଙ୍କର ଅନେକ ପୂଜା ବିଧି ରହିଛି । ଯଦି ପାଞ୍ଜିକୁ ଅନୁସରଣ କରାଯାଏ, ତେବେ ପୀଠ ଗୁଡ଼ିକରେ ନବମୀ ପୂଜା ହେଉଥିବାରେ ମଣ୍ଡପରେ ଅଷ୍ଟମୀ ପୂଜା ରାଯାଇଥାଏ । ଏହାକୁ ମହାଷ୍ଟମୀ ମଧ୍ୟ କୁହାଯାଏ । ନବରାତ୍ରୀର ଅନ୍ତିମ ଦିନ ଏବଂ ମଣ୍ଡପରେ ମାଙ୍କର ଦ୍ୱିତୀୟ ଦିନ ପୂଜା ହୋଇଥାଏ। ଏହିଦିନ ମା’ ଜଗଜ୍ଜନନୀଙ୍କର ବିଶେଷ ପୂଜା ହୁଏ । ଯାହାକୁ ସନ୍ଧିପୂଜା ବୋଲି ମଧ୍ୟ କୁହାଯାଏ । ପ୍ରାଣ ପ୍ରତିଷ୍ଠା ବ୍ୟତୀତ ଏହା ମହାସପ୍ତମୀ ପୂଜା ସହିତ ସମାନ । ପ୍ରତ୍ୟେକ ପୂଜା ମଣ୍ଡପରେ କ୍ରମାଗତ ଭାବରେ ଷୋଡ଼ଶ ଉପଚାର, ଚଣ୍ଡୀ ପାଠ , ସନ୍ଧିପୂଜା, ବଳିଦାନ ଓ ପୁଷ୍ପାଞ୍ଜଳି ସହିତ ପୂଜା ସମ୍ପନ୍ନ ହୋଇଥାଏ । ସନ୍ଧି ପୂଜାରେ ୧୦୮ ଦୀପ, ୧୦୮ ପଦ୍ମଫୁଲ ଓ ୧୦୮ ବେଲପତ୍ର ମା’ଙ୍କ ନିକଟରେ ଲାଗି କରାଯାଇଥାଏ । ଏହା ବ୍ୟତୀତ ଅନ୍ୟାନ୍ୟ ଫଳ, ପୁଷ୍ପ ସହ ଅଳଙ୍କାର ମଧ୍ୟ ମା’ ଦୁର୍ଗାଙ୍କୁ ଅର୍ପଣ କରାଯାଏ ।
କ’ଣ ଏହି ସନ୍ଧିପୂଜା ?
ଭାରତବର୍ଷରେ ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ଲୋକ କଥା ଅଛି । ସେହିପରି ଲୋକମାନେ ଭାବନ୍ତି ଯେ ମା’ ଦୁର୍ଗା ମହିଷାସୁରକୁ ଦଶମୀରେ ନାଶ କରିଥିଲେ, କିନ୍ତୁ ଓଡ଼ିଆ ଘରର ଲୋକକଥା ଓ ପୁରାଣ ଅନୁସାରେ ସନ୍ଧି ପୂଜା ପରେ ସେ ମହିଷାସୁରକୁ ନାଶ କରିଥିଲେ । ଏହି ସନ୍ଧିପୂଜା ଅଷ୍ଟମୀ ଓ ନବମୀ ଦିନର ମଧ୍ୟ ସମୟ ବା ସନ୍ଧି ସମୟ । ବିଶ୍ୱାସ କରାଯାଏ ଯେ ସେହି ସମୟରେ ମା’ ଦୁର୍ଗା ସମସ୍ତ ଦେବ
ଦେବୀଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇଥିଲେ । ପରେ ମାତା ଦୁର୍ଗା ଏବଂ ମହିଷାସୁରା ମଧ୍ୟରେ ପ୍ରବଳ ଯୁଦ୍ଧ ହୋଇଥିଲା। ସେହି ସମୟରେ ଚଣ୍ଡ ଏବଂ ମୁଣ୍ଡ ନାମକ ଦୁଇ ରାକ୍ଷସ ମାତା ଚାମୁଣ୍ଡାଙ୍କ ପିଠିକୁ ଆକ୍ରମଣ କରିଥିଲେ, କ୍ରୋଧରେ ମାତାଙ୍କ ମୁହଁ ନୀଳ ହୋଇଯାଇଥିଲା । ପରେ ମାତା ଦୁର୍ଗା ତୃତୀୟ ଆଖି ଖୋଲିଥିଲେ । ମାତା ଦୁର୍ଗାଙ୍କ ରୂପ ଚାମୁଣ୍ଡା ଦେବୀକୁ ବଦଳିଗଲା । ପରେ ମାଆ ଚଣ୍ଡ ଏବଂ ମୁଣ୍ଡଙ୍କୁ ହତ୍ୟା କରିଥିଲେ। ଚାମୁଣ୍ଡା ରୂପ ନେଇ ମା ଦୁର୍ଗାଙ୍କ ସମ୍ମାନାର୍ଥେ ଏହି ସନ୍ଧି ପୂଜା କରାଯାଏ ବୋଲି କେଉଁ ଆବହମାନକାଳରୁ ବିଶ୍ୱାସ ରହିଆସିଛି ।