କଟକ(ଓଡ଼ିଆ ନ୍ୟୁଜ୍): ଜୁନ ୧୨ରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ । ଶତ ପ୍ରତିଶତ କ୍ଷମତାକୁ ନେଇ ଦର୍ଶକ ତେବେ ବାରବାଟୀ ଷ୍ଟାଡିୟମରେ ଖେଳ ଦେଖିବେ। ଏନେଇ ବିସିସିଆଇ ପକ୍ଷରୁ ଅନୁମତି ଦିଆଯାଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଯେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଅନୁଷ୍ଠିତ ହେବ। ଏହି ୫ଟି ସ୍ଥାନରେ ଏହି ମ୍ୟାଚ ଆୟୋଜିତ ହେବ।ଏଥିରୁ ଗୋଟିଏ ମ୍ୟାଚ କଟକର ବାରବାଟୀରେ ଖେଳାଯିବ। ଅନ୍ୟ ୪ଟି ମ୍ୟାଚ ବିଶାଖାପଟ୍ଟନମ, ଦିଲ୍ଲୀ, ରାଜକୋଟ ଓ ଚେନ୍ନାଇରେ ଅନୁଷ୍ଠିତ ହେବ। ତେବେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ମ୍ୟାଚର ତାରିଖ ଘୋଷଣା ପରେ କ୍ରୀକେଟ ପେମୀଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖାଦେଇଛି ।