ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ସେମିନାରକୁ ଉଦ୍‌ଘାଟନ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ, ସ୍ୱରାଜର ସମ୍ପୂର୍ଣ୍ଣ କଳ୍ପନା ହିଁ ନୂଆ ଭାରତର ବିଚାର-ଅମିତ ଶାହ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଦେଶର ସର୍ବୋଚ୍ଚ ବିଚାର ସର୍ବପ୍ରଥମେ ସ୍ୱତଃପ୍ରବୃତ ମନକୁ ଆସିଥାଏ । କିନ୍ତୁ ସ୍ୱାଧୀନତା ପରବର୍ତୀ ସମୟରେ ସ୍ୱରାଜର ଏହି ସମସ୍ତ ବାଖ୍ୟାକୁ ଅଣଦେଖା କରି କେବଳ ଶାସନ ବ୍ୟବସ୍ଥାରେ ସୀମିତ କରାଗଲା । ବର୍ତମାନ ସମୟରେ ଏ ସମସ୍ତ ବିଷୟ ଗୁଡିକର ପୁନର୍ବିଚାର ଜରୁରୀ । ସ୍ୱରାଜର ସମ୍ପୂର୍ଣ୍ଣ କଳ୍ପନା ହିଁ ନୂଆ ଇଣ୍ଡିଆର ବିଚାର ଏବଂ ଏହି ବିଚାର ହିଁ ଏହାର ମୂଳ ଆଧାର ବୋଲି କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।

ଗୁରୁବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଅନ୍ତରାଷ୍ଟ୍ରୀୟ ସେମିନାରକୁ ଉଦଘାଟନ କରିବା ଅବସରରେ ଶ୍ରୀ ଶାହ ଉପସ୍ଥିତ ପ୍ରାଧ୍ୟାପକ, ଶିକ୍ଷାବିତ୍ ଏବଂ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି । “‘ସ୍ୱରାଜ ରୁ ନୂଆ ଭାରତ’ପର୍ଯ୍ୟନ୍ତ ଭାରତ ବିଚାରର ପୁନରାବଲୋକନ ଶୀର୍ଷକ ଆଲୋଚନାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ଶାହ କହିଛନ୍ତି ଯେ ଆମ ସ୍ୱରାଜ କଳ୍ପନାରେ ‘ସ୍ୱ’ ଶବ୍ଦର ମହତ୍ୱ ଅଧିକ ଏବଂ ‘ରାଜ’ର ଅର୍ଥ ବ୍ୟବସ୍ଥା ଆଣିବା । ମାତ୍ର ସ୍ୱାଧୀନତା ପରେ ‘ସ୍ୱ’କୁ ଧ୍ୟାନ ନ ଦିଆଯାଇ ଶାସନକୁ ପ୍ରାଧାନ୍ୟ ଦିଆଗଲା । ଏହି କାରଣରୁ ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଏ ସମସ୍ତ ବିଷୟର ପୁର୍ନବିଚାର ଜରୁରୀ । ସେ ଆହୁରି କହିିଛନ୍ତି ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ୧୦୦ ବର୍ଷ ପୂରଣ କରିବା ଏବଂ ଆଗାମୀ ଦିନର ରୂପରେଖ ପ୍ରସ୍ତୁତ କରିବା ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରେ ଏକ ବଡ ଉପଲବ୍ଧି । ପରିବର୍ତନର ଯେଉଁ ବିଚାର, ନୀତି କିମ୍ବା କଳ୍ପନା ରହିଛି, ଏହାର ବାହକ ହେଉଛି ବିଶ୍ୱବିଦ୍ୟାଳୟ ଏବଂ ଏହାର ବିଦ୍ୟାର୍ଥୀ । କାଳଖଣ୍ଡ ଯାହା ବି ହେଉ ଅର୍ଥାତ୍ ଯେବେ ବି ଯୁଗ ପରିବର୍ତନ ହୁଏ, ପରିବର୍ତନର ବାହକ ସର୍ବଦା ବିଶ୍ୱବିଦ୍ୟାଳୟ ରୁହେ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ।

amit saha 2

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସେମିନାରରେ ଯୋଗଦେଇ କହିଛନ୍ତି ଯେ ବିଗତ ୮ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂଆ ଭାରତ ଗଠନ କରିବା ଏବଂ ଭାରତକୁ ଏକ ଆର୍ôଥକ ମହାଶକ୍ତି ଭାବରେ ସ୍ଥାପିତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଏଥିପାଇଁ ଦେଶରେ ଅଭୁତପୂର୍ବ ଗତିରେ କାମ ସମ୍ପନ୍ନ ହେଉଅଛି । ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଲାଗୁ ହେବା ଦ୍ୱାରା ଏକବିଂଶ ଶତାବ୍ଦୀରେ ଭାରତ ଏକ ଜ୍ଞାନ ଆଧାରିତ ମହାଶକ୍ତି ହେବା ଦିଗରେ ଅଗ୍ରସର ହେଉଛି । ଆଜି ଆମର ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ପେଟେଂଟ୍‌-ପ୍ରୋସେସ, ବ୍ଲକଚେନ୍ ଆକାଉଂଟି, ଇ-କମର୍ସ ଆରବିଟ୍ରେସନ ଭଳି ଭବିଷ୍ୟତର ପାଠ୍ୟକ୍ରମ ଗୁଡ଼ିକ ଦେଶର ଯୁବପିଢ଼ିଙ୍କ ସୃଜନ ଶକ୍ତି ଏବଂ ରୋଜଗାରକୁ ଅଧିକ ପ୍ରାଧାନ୍ୟ ଦେବାର ସକ୍ଷମ ରଖିଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନକୁ ଅତ୍ୟାଧୁନିକ କୌଶଳ, ପରିବର୍ତିତ ନିଯୁକ୍ତି ଦୃଶ୍ୟପଟ୍ଟ ଏବଂ ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ରଖି କୁଶଳ ମାନବସମ୍ବଳ ପ୍ରସ୍ତୁତ କରିବା ଦିଗରେ ଅଧିକ ପ୍ରୟାସ କରିବାକୁ ପଡ଼ିବ ।

କରୋନା ସମୟରେ ଉତ୍ପନ୍ନ ହୋଇଥିବା ଚ୍ୟାଲେଞ୍ଜ ପରେ ମଧ୍ୟ ଭାରତର ଗତିଶୀଳ ଅର୍ଥନୀତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନମଙ୍ଗଳ ଏବଂ ସୁଶାସନ ମଡ଼େଲ ଆଜି ସମଗ୍ର ଦୁନିଆ ପାଇଁ ଉଦାହରଣ ଭାବରେ ଉଭା ହୋଇଛି । ଦେଶ ଏବଂ କେନ୍ଦ୍ର ଶାସିତ ଅଂଚଳର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଗତ ୮୦ କୋଟି ନାଗରିକଙ୍କ ଖାଦ୍ୟ ସୁରକ୍ଷା, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବା ଡିବିଟି ଭଳି ଭାରତର ଜନକଲ୍ୟାଣକାରୀ ବ୍ୟବସ୍ଥା ଗୁଡ଼ିକ ମାନବ କଲ୍ୟାଣ ଦିଗରେ ବଡ଼ ପଦକ୍ଷେପ । ଭାରତ ଏବଂ ବିଶ୍ୱର ସମସ୍ୟା ଗୁଡ଼ିକର ସମାଧାନ ପାଇଁ ବୈଶ୍ୱିକ ସ୍ତର ପର୍ଯ୍ୟନ୍ତ ନେବା ତଥା ଗ୍ଲୋବାଲ ମଡେଲ ଭାବରେ ପ୍ରତିଷ୍ଠିତ ହେବା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦାୟିତ୍ୱ ନେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ଆଜି ଆମେ ଅମୃତ ମହୋତ୍ସବ ଏବଂ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଅଛେ । ଏହି ଶୁଭ ସମୟରେ ସ୍ୱରାଜରୁ ନୂଆ ଭାରତ ପର୍ଯ୍ୟନ୍ତର ପରିକଳ୍ପନା ପାଇଁ ସମସ୍ତେ ଏକାଠୀ ହେବା ସୌଭାଗ୍ୟର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରାଧ୍ୟାପକ ଯୋଗେଶ ସିଂହ, ବରିଷ୍ଠ ଶିକ୍ଷାବିତ୍ ଏବଂ ଅନ୍ୟାନ୍ୟ ଅତିଥିଗଣ ସାମିଲ ହୋଇଥିଲେ ।

Leave A Reply

Your email address will not be published.