ଆଜି ବିଧାୟକ ଦଳ ବୈଠକ

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ସେହିପରି ଦଳୀୟ କାର‌୍ୟ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ ବସିଥିବା ବେଳେ କଂଗ୍ରେସର ମଧ୍ୟ ବିଧାୟକ ଦଳ ବସିଛି । ସକାଳ ୧୦ଟାରେ କଂଗ୍ରେସ ବିଧାୟକ ଦଳ ନେତା ନଂରସିହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ବେଳେ ସକାଳ ୯ଟାରେ ମୁଖ୍ୟ ବିରୋଧୀ ବିଜେପି ବିଧାୟକ ଦଳ ବୈଠକ ମଧ୍ୟ ବସିଛି । ଗୃହରେ କେଉଁ କେଉଁ ପ୍ରସଙ୍ଗ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଉଠାଇବେ ସେନେଇ ରଣନୀତି ପ୍ରସ୍ତୁତ କରାଯାଇଛି ।

ସେପଟେ ଶାସକ ଦଳ ମଧ୍ୟ ଗୃହରେ ବିରୋଧୀଙ୍କୁ କେମିତି ମାତ୍ ଦେବ ଓ କେଉଁ କେଉଁ ପ୍ରସଙ୍ଗ ଉଠାଇବ ସେନେଇ ବୈଠକରେ ରଣନୀତି ପ୍ରସ୍ତୁତ କରିବ ।

Leave A Reply

Your email address will not be published.