ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପୁରୀ ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଆଜି ବସିବ ରତ୍ନଭଣ୍ଡାର ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ ।  ଏହି ବୈଠକ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି ।

ଏହି ବୈଠକରେ ରତ୍ନଭଣ୍ଡାର ବାହାର କାନ୍ଥ ଓ ଲେଜର ସ୍କାନିଂ ରିପୋର୍ଟ ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ପାଖରେ ଉପସ୍ଥାପିତ କରାଯିବ। ରତ୍ନ ଭଣ୍ଡାରର ବାହାର ପଟ ଲେଜର ସ୍କାନିଂର କାର୍ଯ୍ୟ କେତେଦୂର ଆଗେଇଛି ତାହା ଜାଣିବାପାଇଁ ଗଜପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ କରାଯିବ । ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟ ତଳ ଭାଗରେ ଫାଟ ଥିବା ଆଗରୁ ଜଣାଥିଲା । ଘଟଣାର ଅନୁଧ୍ୟାନ କରାଯାଇଛି, ଦୁଇ ଚାରି ଦିନରେ ପଥର ବଦଳାଇ ଦିଆଯିବ । ପୁରୀ ସର୍କଲର ASI ଅଧୀକ୍ଷକ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କେବଲିଂ ଓ ପାଇପ୍ ଲାଇନ୍ ପାଇଁ ସେହି ଫାଟ ହୋଇଛି।

‘ଫାଟ ଆଜିର ନୁହେଁ, ଦୀର୍ଘଦିନର। ଆମେ ଏହାକୁ ରିପ୍ଲେସ କରିବୁ ବୋଲି ଅଧୀକ୍ଷକ କହିଥିଲେ । ଗରୁଡ଼ ସ୍ତମ୍ଭର ପୂର୍ବପଟ ବିମରେ ଫାଟ ଅଛି, ହେଲେ ୫ ବର୍ଷରେ ଫାଟ ବଢ଼ିନି । ଷ୍ଟେନଲେସ୍ ଷ୍ଟିଲର ସପୋର୍ଟିଭ୍ ବିମ୍ ପ୍ରସ୍ତୁତ ହୋଇଛି । ରଥଯାତ୍ରା ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଅଧୀକ୍ଷକ ସୂଚନା ଦେଇଥିଲେ । ରଥଯାତ୍ର ପୂର୍ବରୁ କାମ ସାରିବାକୁ ଏଏସଆଇ ଲକ୍ଷ୍ୟ ରଖିଥିବା ସୂଚନା ଦେଇଛନ୍ତି ଏଏସଆଇ ଅଧିକ୍ଷକ।

Leave A Reply

Your email address will not be published.