ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ମଥାନୀ ପଞ୍ଚାୟତର ସାନଖୁଡ଼ି ଗ୍ରାମର ଚିତ୍ତରଞ୍ଜନ ମହାନ୍ତି। ଦୈନନ୍ଦିନ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଦୀର୍ଘ ପଚିଶ ବର୍ଷ ଧରି ଖରା, ବର୍ଷା ଶୀତ କାକରରେ ଖବର କାଗଜ ବିକ୍ରି କରନ୍ତି ।
ତେବେ ପୁଅ ପ୍ରିତମ ମହାନ୍ତି ପ୍ରଶାସନିକ ପରୀକ୍ଷା ଓଏଏସ ରେ ୧୧୫ ନମ୍ୱର୍ ରେଙ୍କ ରଖି ଉତ୍ତୀର୍ଣ୍ଣ ହେବା ପରେ ଗ୍ରାମ ତଥା ଅଞ୍ଚଳ ରେ ଖୁସି ର ଲହରୀ ଖେଳିଯାଇଛି। ଦୀର୍ଘ ପଚିଶ ବର୍ଷ ଧରି ବସ୍ତା ଥାନା ଗାନ୍ଧିଛକ ଠାରେ ଚିତ୍ତରଞ୍ଜନ ମହାନ୍ତି ଖବର କାଗଜ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଇବା ସହିତ ପୁଅ ପ୍ରିତମ ଙ୍କୁ ବୁର୍ଲା ସୁରେନ୍ଦ୍ର ସାଏ,ବନାରସ ଆଇ ଆଇ ଟି ସହିତ ଦିଲ୍ଲୀରେ କୋଚିଙ୍ଗ ନେଇ ଆଇ ଏସ ପାଇଁ ପ୍ରସ୍ତୁତ କରାଉଥିଲେ। ମାତ୍ର ପ୍ରିତମ ଚଳିତ ବର୍ଷ ଓଡ଼ିଶା ପ୍ରଶାସନିକ ପରୀକ୍ଷା ରେ ଅଂଶଗ୍ରହଣ କରିଥିଲେ।
ଯେଉଁଥିରେ ପ୍ରିତମ ରୋଲ ନମ୍ୱର ୧୦୫୨୮୨ ରେ ଏହି ଓଏଏସ ପରୀକ୍ଷା ଦେଇଥିଲେ। ଯାହାର ରେଜଲ୍ଟ ବାହାରି ଥିଲା ଯେଉଁଥିରେ ପ୍ରିତମ ୧୧୫ ନମ୍ୱର୍ ରେଙ୍କ୍ ରେ କୃତକାର୍ଯ୍ୟ ହୋଇଥିବା ଦେଖିବାକୁ ମିଳିଛି। ଏହି ଖବର ପାଇ ବସ୍ତା ବିଧାୟିକା ଙ୍କ ସହ ନେତୃତ୍ୱ ମଣ୍ଡଳୀ, ହିତାକାନକ୍ଷୀ ମାନେ ଶ୍ରୀ ମହାନ୍ତି ଙ୍କ ଘର କୁ ଯାଇ ପ୍ରିତମ ଓ ପରିବାର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଜଣେ ଖବର କାଗଜ ବିକାଳୀଙ୍କ ପୁଅ ର ଏଭଳି ସଫଳତା ଅନ୍ୟ ପାଇଁ ଚିତ୍ତ ରଂଜନ ମହାନ୍ତି ଉଦାହରଣ ସାଜିଛନ୍ତି।