ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଳକ ବାହାକୁଦ-ମୂଷାଡିଆ ଫେରିଘାଟରେ ଅଭାବନୀୟ ଘଟଣା ଘଟିଛି। ଅଳ୍ପକେ ବର୍ତ୍ତିଲେ ୫୦ଜଣ ଯାତ୍ରୀ ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବାହାକୂଦ-ମୂଷାଡ଼ିଆ ଫେରିଘାଟର ଦୁଇଟି ଡ଼ଙ୍ଗା ମଙ୍ଗଳବାର ଭୋରରୁ ବାହାକୁଦ ପଟୁ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ପାରାଦୀପ ଅଭିମୁଖେ ଯାଉଥିଲା ।
ଏହି ସମୟରେ ମହାନଦୀ ମଝିରେ ଡଙ୍ଗାର ଇଞ୍ଜିନରେ ତ୍ରୁଟି ଯୋଗୁଁ ଡ଼ଙ୍ଗା ଅଚଳ ହୋଇଯାଇଥିଲା । ଡ଼ଙ୍ଗାରେ ଥିବା ୫୦ଜଣ ଯାତ୍ରୀ ମହାନଦୀ ମଝିରେ ପ୍ରାୟ ୩ ଘଣ୍ଟା ଫସି ରହିବା ପରେ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି ।