ବରମୁଣ୍ଡା ବସ ଟର୍ମିନାଲ ସମୀକ୍ଷା କରିଲେ ଭିକେ ପାଣ୍ଡିଆନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନବୀନ ଓଡିଶା ଅଧକ୍ଷ ଭି.କେ ପାଣ୍ଡିଆନ ଆଜି ବରମୁଣ୍ଡା ବସ ଟର୍ମିନାଲ ପରିଦର୍ଶନ କରିଛନ୍ତି | 5T ଏବଂ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ ବସ୍‌ ଟର୍ମିନାଲର ନିର୍ମାଣ କାମର ସମୀକ୍ଷା କରିଛନ୍ତି । 5T ଏବଂ ନବୀନ ଓଡିଶା ଅଧ୍ୟକ୍ଷଙ୍କ ପରିଦର୍ଶନ ବେଳେ ନିର୍ମାଣକାରୀ ସଂସ୍ଥା ସହ କରିଛନ୍ତି ଆଲୋଚନା । କାମକୁ ତ୍ବରାନ୍ବିତ କରିବା ଲାଗି ବିଡିଏକୁ ନିର୍ଦ୍ଦେଶ ଦେଇଛନ୍ତି 5T ଅଧ୍ୟକ୍ଷ । ISBT କେବଳ ଓଡ଼ିଶାବାସୀଙ୍କ ପାଇଁ ନୁହେଁ ବରଂ ପଡୋଶୀ ରାଜ୍ୟମାନଙ୍କ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଗମନାଗମନର ମାଧ୍ୟମ ହେବାକୁ ଯାଉଛି ।

ଏହି ଗସ୍ତ ସମୟରେ ପାଣ୍ଡିଆନ ଯାତ୍ରୀମାନଙ୍କ ପାଇଁ ହୋଇଥିବା ବ୍ୟବସ୍ଥାଗୁଡିକୁ ବୁଲି ଦେଖିଛନ୍ତି । ଯାତ୍ରୀଙ୍କ ସୁରକ୍ଷା ଓ ଆନୁସଙ୍ଗିକ ବ୍ୟବସ୍ଥା କିଭଳି କରାଯାଇଛି ସେନେଇ ସମୀକ୍ଷା କରିଥିଲେ । ଅପରେସନ କଣ୍ଟ୍ରୋଲ ସେଣ୍ଟର (ଓସିସି)କୁ ପାଣ୍ଡିଆନ ପ୍ରଶଂସା କରିଛନ୍ତି । ଯାତ୍ରୀଙ୍କୁ ମାର୍ଗଦର୍ଶନ କରିବା ପାଇଁ ଓଡିଆ ସଙ୍କେତ ଏବଂ ମାନଚିତ୍ର ସୁବିଧା ଯୋଗାଇଦେବାକୁ ପାଣ୍ଡିଆନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅବଶିଷ୍ଟ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଫେବୃଆରୀ ମଧ୍ୟଭାଗରେ ISBTକୁ ଓଡ଼ିଶାର ଲୋକଙ୍କୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ହେବାକୁ ସେ ବିଡିଏକୁ ପରାମର୍ଶ ଦେଇଛନ୍ତି ।

୧୫.୫ ଏକର ଜମିରେ ନିର୍ମାଣ ହେଉଛି ବରମୁଣ୍ଡା ବସ୍‌ ଟର୍ମିନାଲ । ପୁରୁଣା ବସ୍‌ ଷ୍ଟାଣ୍ଡକୁ ଭଙ୍ଗା ଯାଇ ନୂତନ ଭାବେ ନିର୍ମାଣ ଚାଲିଛି । ଏହି ବସ୍‌ ଟର୍ମିନାଲରେ ଅତ୍ୟାଧୁନିକ ସୁବିଧା ପାଇବେ ଯାତ୍ରୀ । ତେବେ ନିର୍ମାଣ କାର୍ଯ୍ୟ କେତେ ଦୂର ଚାଲିଛି । ଏନେଇ ସମୀକ୍ଷା କରିଛନ୍ତି 5T ଏବଂ ନବୀନ ଓଡିଶା ଅଧ୍ୟକ୍ଷ । ଏହିକ୍ରମରେ ମଙ୍ଗଳବାର ଦିନ ଭୋର ସମୟରେ ପହଞ୍ଚି ବରମୁଣ୍ଡା ବସ୍ ଟର୍ମିନାଲରେ ପହଞ୍ଚି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

Leave A Reply

Your email address will not be published.