ମହାନଦୀ ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଳକ ବାହାକୁଦ-ମୂଷାଡିଆ ଫେରିଘାଟରେ ଅଭାବନୀୟ ଘଟଣା ଘଟିଛି।  ଅଳ୍ପକେ ବର୍ତ୍ତିଲେ ୫୦ଜଣ ଯାତ୍ରୀ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବାହାକୂଦ-ମୂଷାଡ଼ିଆ ଫେରିଘାଟର ଦୁଇଟି ଡ଼ଙ୍ଗା ମଙ୍ଗଳବାର ଭୋରରୁ ବାହାକୁଦ ପଟୁ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ପାରାଦୀପ ଅଭିମୁଖେ ଯାଉଥିଲା ।

ଏହି ସମୟରେ ମହାନଦୀ ମଝିରେ ଡଙ୍ଗାର ଇଞ୍ଜିନରେ ତ୍ରୁଟି ଯୋଗୁଁ ଡ଼ଙ୍ଗା ଅଚଳ ହୋଇଯାଇଥିଲା । ଡ଼ଙ୍ଗାରେ ଥିବା ୫୦ଜଣ ଯାତ୍ରୀ ମହାନଦୀ ମଝିରେ ପ୍ରାୟ ୩ ଘଣ୍ଟା ଫସି ରହିବା ପରେ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.