ଗରିବ ହିତାଧିକାରୀଙ୍କ ପାଇଁ ନୂଆ ବର୍ଷ ଭେଟି, ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ବର୍ଷେ ମାଗଣାରେ ଚାଉଳ ମିଳିବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଆଉ ବର୍ଷେ ମାଗଣାରେ ଚାଉଳ ମିଳିବ । ଚଳିତ ଜାନୁଆରୀ ମାସରୁ ଡିସେମ୍ବର ମାସ ଯାଏଁ ଏହା କାର୍ଯ୍ୟକାରୀ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବଡ଼ ଘୋଷଣା କରିଛନ୍ତି ।
ରାଜ୍ୟ ସରକାରଙ୍କୁ ଏ ବାବଦରେ ୧୮୫ କୋଟି ଟଙ୍କା ଖର୍ଚ୍ଚ ପଡ଼ିବ । ଏହା ରାଜ୍ୟ ପାଣ୍ଠିରୁ ଭରଣା କରାଯିବ ।
ସୂଚନାଥାଉକି, ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀମାନଙ୍କୁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମାଗଣାରେ ମିଳୁଛି । ରାଜ୍ୟରେ କୋଭିଡ୍ ମହାମାରୀ କାରଣରୁ ଗତ ୨୮ ମାସ ଧରି ସେମାନଙ୍କୁ ଅତିରିକ୍ତ ଚାଉଳ ଏବଂ ଡାଲି ଯୋଗାଇ ଦିଆଯାଇଛି । ଏହାଛଡ଼ା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତ୍ୟେକ ପରିବାରକୁ ନଗଦ ଏକ ହଜାର ଟଙ୍କା ଦୁଇ ଥର ଦିଆଯାଇଥିଲା ।

Leave A Reply

Your email address will not be published.