ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପକ୍କା ରାସ୍ତାଟେ ପାଇଁ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କଲେ ଗାଁ ଲୋକେ। କିନ୍ତୁ କେହି ଶୁଣିଲେ ନାହିଁ। ତେଣୁ ପ୍ରତିବାଦରେ କାଦୁଅ ପଚପଚ ରାସ୍ତାରେ ଧାନ ରୋଇ ପ୍ରତିବାଦ କରିଛନ୍ତି ଗାଁ ଲୋକ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମାଲାକନଗିରି ଜିଲ୍ଲାରେ ।
ବିଶେଷ କରି ଏହି ରାସ୍ତାଟି ଜୟପୁର ମୁଖ୍ୟ ରାସ୍ତା ଠାରୁ ଏମ୍.ଭି. ୧୧୧ଦେଇ ସତୀଗୁଡା, ତାଳଗୁଡା ଠାରୁ ଶିବ ମନ୍ଦିର ପର୍ଯ୍ୟନ୍ତ ଲମ୍ବିଛିା ସେଥିମଧ୍ୟରୁ ଜୟପୁର ମୁଖ୍ୟ ରାସ୍ତା ଠାରୁ ସତୀଗୁଡା ପର୍ଯ୍ୟନ୍ତ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ସତୀଗୁଡା ଠାରୁ ତାଳଗୁଡା ପର୍ଯ୍ୟନ୍ତ ପ୍ରାୟ ୨୦୦ ମିଟର ରାସ୍ତା ଅଧପନ୍ତରିଆ ଅବସ୍ଥାରେ ରହିଛିା ଯାହା ଫଳରେ ତାଳଗୁଡା ଗ୍ରାମବାସୀ ଶିବ ମନ୍ଦିର ଦେଇ ସତୀଗୁଡା ଜଳଭଣ୍ଡାର ଉପର ରାସ୍ତା ଦେଇ ପ୍ରାୟ ୩ କିଲୋମିଟର ଅତିକ୍ରମ କରି ମାଲକାନଗିରି ଆସିବାକୁ ପଡୁଛିା
ଦୀର୍ଘ ଦିନ ହେବ ଏଠିକାର ବାସିନ୍ଦା ପକ୍କା ରାସ୍ତା ପାଇଁ ବାରମ୍ବାର ଗୁହାରି କରିଆସୁଥିଲେ ମଧ୍ୟ ରାସ୍ତାଟିଏ ନିର୍ମାଣ ହୋଇପାରିଲା ନାହିଁ। ତେଣୁ ସ୍ଥାନୀୟ ଲୋକେ କାଦୁଅ ପଚପଚ ରାସ୍ତାରେ ଯାତାୟତ କରୁଥିବା ବେଳେ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକେ ଏଭଳି ପନ୍ଥା ଆପଣେଇଥିବା ଦେଖିବାକୁ ମିଳିଛି।
Comments are closed.