ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆସନ୍ତା ୨୧ ତଥା ବୁଧବାର ଦିନ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । କିନ୍ତୁ କିଛି ଜିଲ୍ଲା ଗୁଡ଼ିକର ଜିଲ୍ଲାପାଳମାନେ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ନେବେ ନିଷ୍ପତି । ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୋନପୁର, ବଲାଙ୍ଗୀରରେ ସ୍ଥିତି ଦେଖି ସକାଳୁଆ ସ୍କୁଲ କିମ୍ବା ଛୁଟି ଘୋଷଣା କରିପାରିବେ ଏହି ସବୁ ଜିଲ୍ଲାର ଜିଲ୍ଲାପାଳ । ଏନେଇ ଟ୍ୱିଟ୍ କରି ସୂଚନା ଦେଲା ସ୍କୁଲ ଓ ଗଣଶିକ୍ଷା ବିଭାଗ ।
ପୂର୍ବନିର୍ଦ୍ଧାରିତ ଭଳି ଆସନ୍ତା ବୁଧବାର ଅର୍ଥାତ୍ ୨୧ ତାରିଖ ଦିନ ରାଜ୍ୟର ସମସ୍ତ ସ୍କୁଲ ଖୋଲି । ପାଣିପାଗ ସ୍ଥିତି ସମୀକ୍ଷା ପରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ସ୍ଥିତି ଦେଖି କେତେକ ଜିଲ୍ଲାରେ ନିଷ୍ପତି ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ।