ବିଦ୍ୟୁତ୍ ସଟ୍ ସର୍କିଟରୁ ଜଳିଗଲା ଦୋକାନ ଘର

0

ବୋଲଗଡ( ଓଡ଼ିଆ ନ୍ୟୁଜ୍): ଜଳିଗଲା ଦୋକାନ ଘର। ବୋଲଗଡ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ସ୍ଥିତ ସନ୍ତୋଷ କୁମାର ପଣ୍ଡାଙ୍କ ଦୋକାନ ଗତ ରାତିର ସମ୍ପୂର୍ଣ୍ଣ ଜଳିଯାଇଛି। ଖବର ପାଇ ଅଗ୍ନିଶମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଦୋକାନ ଗୃହକୁ ଲାଗି ରହିଥିବା ବିଦ୍ୟୁତ୍ ଖୁଣ୍ଟ ଦ୍ଵାରା ସଟ୍ ସର୍କିଟ ହୋଇ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଏହି ଅଗ୍ନିକାଣ୍ଡରେ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଆସବାପତ୍ର, ରାସନ ସାମଗ୍ରୀ ଓ ନଗଦ ଟଙ୍କା ସମ୍ପୂର୍ଣ୍ଣ ଜଳିଯାଇଛି।

Leave A Reply

Your email address will not be published.