ପାଚିକା ଏବଂ ସହାୟିକାମାନଙ୍କ ସେବା ଏବଂ ଦାୟିତ୍ତ୍ଵକୁ ନ ବୁଝି, ତାଙ୍କ ସହ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର : ସ୍ମୃତି ପଟ୍ଟନାୟକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗତକାଲି ଓଡିଶା ସରକାର ରାଜ୍ୟ ବିଦ୍ୟାଳୟଗୁଡିକରେ ନିୟୋଜିତ ହୋଇଥିବା ୧ ଲକ୍ଷ ୯ ହଜାର ପାଚିକା ଏବଂ ସହାୟିକାମାନଙ୍କୁ ଶାଢୀ ପାଇଁ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫୦୦ ଟଙ୍କା ପ୍ରଦାନ କରିଛନ୍ତି। ୨୦୧୭-୧୮ ମସିହାରେ ସ୍କୁଲରେ ନିୟୋଜିତ ମା ଭଉଣୀଙ୍କ ପାଇଁ ଶାଢୀ ଭତ୍ତା ବାବଦରେ ୨୫୦ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ଦୀର୍ଘ ୫ ବର୍ଷ ପରେ ରାଜ୍ୟ ସରକାରଙ୍କୁ ତାଙ୍କ କଥା ମନେ ପଡିଛି । ରାଜ୍ୟ ସରକାର ସେମାନଙ୍କର ସେବା ଏବଂ ଦାୟିତ୍ତ୍ଵକୁ ନ ବୁଝି ଏଭଳି ତାଙ୍କ ସହ ପ୍ରତାରଣା କରିଛନ୍ତି ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ଟ୍ୱିଟ୍ କରି କହିଛନ୍ତି ।

ଅନ୍ୟ ରାଜ୍ୟମାନଙ୍କରେ ପାଚିକା ଏବଂ ସହାୟିକାମାନେ ଅଧିକ ସହାୟତା ରାଶି ପାଉଥିବା ବେଳେ ଓଡିଶାରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖାଯାଇଛି। ଭାରତ ସରକାର ୧୦୦୦ ଟଙ୍କା ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାର ମାତ୍ର ୪୦୦ ଟଙ୍କା ମାସିକ ପ୍ରଦାନ କରୁଛନ୍ତି । ପିଏମ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା ଏବଂ ସହାୟିକାମାନଙ୍କୁ ପୁଡୁଚେରୀ ସରକାରଙ୍କ ଦ୍ୱାରା ମାସିକ ୧୦୦୦୦ ଟଙ୍କା, ହରିୟାଣାରେ ୭୦୦୦ ଟଙ୍କା, ଉତ୍ତରାଖଣ୍ଡରେ ୩୦୦୦ ଟଙ୍କା, ଗୁଜୁରାଟରେ ୨୫୦୦ ଟଙ୍କା, ସେହିପରି ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ୨୦୦୦ ଟଙ୍କା ପ୍ରଦାନ କରାଯାଉଛି । ସ୍କୁଲରେ କାର୍ଯ୍ୟରତ ଆମ ମା ଭଉଣୀମାନେ ନିଜ ସନ୍ତାନଙ୍କ ପରି ଛାତ୍ରଛାତ୍ରୀମାନଙ୍କୁ ସ୍ବଚ୍ଛ ଖାଦ୍ୟ ପ୍ରଦାନ କରୁଛନ୍ତି କିନ୍ତୁ ଓଡିଶା ସରକାର ସେମାନଙ୍କ ପାଇଁ ଧ୍ୟାନ ଦେଉ ନାହାନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

ଆମେ ରାଜ୍ୟ ସରକାରଙ୍କୁ ଦାବି କରୁଛୁ କି ପାଚିକା ଓ ସହାୟତା ମାନଙ୍କୁ ଦିଆଯାଉଥିବା ୪୦୦ ଟଙ୍କା ସହାୟତାକୁ ୧୦୦୦ ଟଙ୍କା ପର୍ଯ୍ଯନ୍ତ ବୃଦ୍ଧି କରାଯାଉ। କେନ୍ଦ୍ର ସରକାର ଓଡିଶା ସମେତ ରାଜ୍ୟ ମାନଙ୍କୁ ପ୍ରଧାନମନ୍ତ୍ରୀ ପୋଷଣ ଓ ଶକ୍ତି ନିର୍ମାଣ (ପିଏମ ପୋଷଣ) ଅନ୍ତର୍ଗତ ସହାୟତା ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ମିଡ-ଡ଼େ ମିଲ ଯୋଜନାର ପୁରୁଣା ନାମକୁ ବ୍ୟବହାର କରି କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡପ କରୁଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ତ୍ଵରେ ଭାରତ ସରକାର ଓଡିଶା ସମେତ ସମସ୍ତ ରାଜ୍ୟକୁ ଶିଶୁଙ୍କୁ ପୃଷ୍ଟିଯୁକ୍ତ ଖାଦ୍ଯ ପ୍ରଦାନ କରିବା ପାଇଁ ବିପୁଳ ମାତ୍ରାରେ ସହାୟତା ପ୍ରଦାନ କରୁଛନ୍ତି।

ଭାରତ ସରକାର ଓଡ଼ିଶାରେ ପଢ଼ୁଥିବା 45.50 ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପିଏମ ପୋଷଣ ଅନ୍ତର୍ଗତ ଚାଉଳ, ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ 780 କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ମଞ୍ଜୁର କରିଛନ୍ତି । କିନ୍ତୁ ଓଡ଼ିଶା ସରକାର 5 କୋଟି ଟଙ୍କାର ଶାଢ଼ୀ ପ୍ରଦାନ କରି 25 କୋଟି ଟଙ୍କା ପ୍ରଚାର ପ୍ରସାରରେ ଖର୍ଚ୍ଚ କରିଛନ୍ତି । ଏହା ଓଡ଼ିଶା ସରକାରଙ୍କ ଆମ ମା ଭଉଣୀଙ୍କ ବିକାଶ ପ୍ରତି ଥିବା ଆନ୍ତରିକତାକୁ ଦର୍ଶାଉଛି । ଓଡିଶା ସରକାର ରାଜ୍ୟର ୫୦,୮୬୨ ଟି ବିଦ୍ୟାଳୟର ନିୟୋଜିତ ଥିବା ୧.୦୯ ଲକ୍ଷ ପାଚିକା ଏବଂ ସହାୟିକାମାନଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କୁ ଅନ୍ୟ ରାଜ୍ୟ ତୁଳନାରେ ଅତିରିକ୍ତ ସହାୟତା ପ୍ରଦ।ନ କରନ୍ତୁ ଏବଂ ମା ଭଉଣୀଙ୍କ ସହ ନ୍ୟାୟ କରନ୍ତୁ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.