ରାଜ୍ୟ ସରକାରଙ୍କୁ ସମ୍ବିତଙ୍କ ନିଶାନା,‘ ପର ପିଢ଼ି କ୍ଷମା ଦେବେ ନାହିଁ’

0

ପୁରୀ(ଓଡ଼ିଆ ନ୍ୟୁଜ୍‌): ଏମ୍ଆର ମଠ ପରିସରରେ ଖନନବେଳେ ଉଦ୍ଧାର ହୋଇଥିବା ଭଙ୍ଗା ସିଂହ ମୂର୍ତ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସମ୍ବିତ କହିଛନ୍ତି, ସତ କେବେ ଲୁଚି ରହେ ନାହିଁ, ଆଜି ନ ହେଲେ କାଲି ପ୍ରକାଶିତ ହେବ । ଯଦି ଇତିହାସକୁ ସୁରକ୍ଷିତ ରଖି ନ ପାରିବା, ପର ପିଢ଼ି ଆମକୁ କ୍ଷମା ଦେବ ନାହିଁ । ଭଗ୍ନ ସିଂହ ସ୍ୱରୂପରେ ଯେଉଁ ଇତିହାସ ଆମ ଆଗକୁ ଆସିଛି ତାହା ଆମ ଜାତିର ପ୍ରତୀକ, ଇତିହାସ ଓ ଓଡ଼ିଶାର ସ୍ୱାଭିମାନ ।

ସେ ଆହୁରି ମଧ୍ୟ କହିଛନ୍ତି ଏଏସଆଇର ସବୁ ନିର୍ଦ୍ଦେଶ, ଉପଦେଶକୁ ବେଖାତିର କରିଛନ୍ତି ରାଜ୍ୟ ସରକାର। ଏପରିକି ବିନା ଅନୁମତିରେ ରାଜ୍ୟ ସରକାର କାମ କରୁଥିବା ନେଇ ଏଏସ୍ଆଇ ହାଇକୋର୍ଟରେ ସତ୍ୟପାଠ ମଧ୍ୟ ଦାଖଲ କରିଛି। କେବଳ ସେତିକି ନୁହେଁ, ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ସମ୍ବିତ ପାତ୍ର । ଏନେଇ ସେ କହିଛନ୍ତି, ପିନାକୀ ବାବୁ ଯାହା କହୁଛନ୍ତି ତାହା ସମ୍ବିଧାନ ସମ୍ମତ ନୁହେଁ, ସେ ମିସଲିଡ୍ କରୁଛନ୍ତି।।

Leave A Reply

Your email address will not be published.