କୃଷି ଓ ଶିଳ୍ପର ବିକାଶ ପାଇଁ ଗଞ୍ଜେଇ ଚାଷ ଓ ବ୍ୟବସାୟକୁ ଅନୁମତି ଦେଲେ ଥାଇଲାଣ୍ଡ ସରକାର

0

ବ୍ୟାଙ୍କକ୍ : କୃଷି ଓ ଶିଳ୍ପର ବିକାଶ ପାଇଁ ଗଞ୍ଜେଇ ଚାଷ ଓ ବ୍ୟବସାୟକୁ ଅନୁମତି ଦେଲେ ଥାଇଲାଣ୍ଡ ସରକାର । ଏଥି ପାଇଁ ଗଞ୍ଜେଇ ଉପରେ ଲାଗୁ କରାଯାଇଥିବା ନିଷେଧାଦେଶ ଉଠାଇଦିଆଯାଇଛି । ଏହା ଫଳରେ ଥାଇଲାଣ୍ଡରେ ଲୋକମାନେ ଗଞ୍ଜେଇ ଚାଷ ଓ ବ୍ୟବସାୟ କରିପାରିବେ । ମାତ୍ର ଏହି ଦେଶରେ ଗଞ୍ଜେଇ ସେବନ ଉପରେ ଏବେ ବି କେତେକ କଟକଣା ଲାଗୁ ରହିଛି । ସମଗ୍ର ଦକ୍ଷିଣ-ପୂର୍ବ ଏସିଆରେ ଗଞ୍ଜେଇ ଉପରୁ କଟକଣା ହଟାଇବାରେ ଥାଇଲାଣ୍ଡ ହେଉଛି ପ୍ରଥମ ଦେଶ ।


ଅନ୍ତର୍ଜାତୀୟ ବଜାରରେ ଗଞ୍ଜେଇର ଚାହିଦା ବଢୁଥିବାରୁ ଗଞ୍ଜେଇ ଚାଷ ଓ ବ୍ୟବସାୟକୁ ଅନୁମତି ଦେଇ ଦେଶର ଅର୍ଥନୀତିରେ ବିକାଶ ପାଇଁ ଲକ୍ଷ୍ୟ ରଖିଛି ଥାଇଲାଣ୍ଡ । ଦେଶରେ ଗଞ୍ଜେଇ ଚାଷକୁ ପ୍ରେତ୍ସାହିତ କରିବାକୁ ଥାଇ ସରକାର ଚାଷୀମାନଙ୍କୁ ପ୍ରାୟ ୧୦ ଲକ୍ଷ ଗଞ୍ଜେଇ ଚାରା ପ୍ରଦାନ କରିଛନ୍ତି । ଏ ସଂପର୍କରେ ଥାଇଲାଣ୍ଡର ଉପପ୍ରଧାନମନ୍ତ୍ରୀ ତଥା ସ୍ବାସ୍ଥ୍ୟମନ୍ତ୍ରୀ ଅନୁଟିନ ଚାରନିଭାକୁଲ କହିଛନ୍ତି ଯେ ଗଞ୍ଜେଇ ବ୍ୟବସାୟରୁ ଲୋକମାନେ ଓ ସରକାରଙ୍କ ଆୟ ବଢାଇବାକୁ ଏହା ଏକ ସୁଯୋଗ ।

Leave A Reply

Your email address will not be published.