ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ଭୁଶୁଡ଼ି ପଡ଼ିଲା ମାଲକାନଗିରି ଏୟାରପୋର୍ଟର ପାଚେରି। ଗତକାଲି ରାତିରେ ମାଲକାନଗିରି ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ପାଣି ସୁଅରେ ନିର୍ମାଣାଧୀନ ବିମାନ ବନ୍ଦରର ପୃଥକ ପୃଥକ ଜାଗାରେ ୬୦ ମିଟର ଲମ୍ବା ପାଚେରୀ ଭୁଶୁଡି ପଡିଛି।
ସୂଚନା ଅନୁସାରେ, ଏୟାରପୋର୍ଟର ପାଚେରି ନିମ୍ନମାନର କାମ ଯୋଗୁ ଭୁଶୁଡ଼ି ପଡ଼ିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗତ ବର୍ଷ ଏହି ପାଚେରି ଭୁଶୁଡ଼ି ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ପରେ ଏହି ପାଚେରି ନିର୍ମାଣ କରାଯାଇଥିଲା। ପୁଣି ଏହା ଭୁଶୁଡ଼ି ପଡ଼ିଛି।
ଏନେଇ ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟାର ମିଳିନାହିଁ। ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପୂର୍ବରୁ ବାରମ୍ବାର ପାଚେରୀ ଭୁଷୁଡିବା ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି।